ଦେଶର କୃଷକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ ଉପହାର, ୩୫ ଟି ଫସଲର ନୂଆ କିସମ କଲେ ସମର୍ପିତ

239

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର କୃଷକଭାଇ ମାନଙ୍କୁ ବଡ ଉପହାର ଦେଇଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୩୫ ଟି ଫସଲର ନୂଆ କିସମକୁ ଚାଷୀମାନଙ୍କ ଉର୍ଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ କହିଥିଲେ କି ଚାଷୀମାନେ ଯେତେ ଗଭୀର ଚାଷ କରିବେ ଉତ୍ପାଦନ ଅଧିକ ହେବା ସହ ରୋଜଗାର ବି ବଢିବ । ଏହାସହ ପ୍ରଧାନମନ୍ତ୍ରୀ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଡ଼ ବାୟୋଟେକ ଟ୍ରେସ ଟଲରେନ୍ସ ରାୟପୁରକୁ ଲୋକାର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ସହିତ ଏହି ଗୁରୁତ୍ୱପୂର୍ଣ୍ଣ କୃଷି କାର୍ଯ୍ୟକ୍ରମ ବିଷୟରେ ସୂଚନା ମଧ୍ୟ ଦେଇଥିଲେ । ତାଙ୍କର ଏହି ଭର୍ଚୁଆଲ କଥାବାତ୍ତା ବେଳେ ସେ କହିଥିଲେ କି ଅନେକ ଗବେଷଣା ପରେ ଆଇସିଏଆର ଦ୍ୱାରା ଏହି ନୂତନ ଫସଲର ବିଭିନ୍ନତା ବିକଶିତ କରାଯାଇଛି । ଏହି ନୂତନ ଫସଲ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ଓ ପୁଷ୍ଟିହୀନତାର ହ୍ରାସ ପାଇବ ବୋଲି ସେ କହିଛନ୍ତି । ଏହି ୩୫ ଟି ନୂଆ ଫସଲ ତାଲିକାରେ ବାଜରା, ମକା, ବୁଟ ଭଳି ବିଭିନ୍ନ ପ୍ରକାରର ଫସଲ ରହିଛି ।

କୁହାଯାଉଛି କି ପ୍ରଧାନମନ୍ତ୍ରୀ କିଛି ନୂଆ ଫସଲ ଦେଶର ଚାଷୀମାନଙ୍କୁ ଦେବା ପାଇଁ ଯାଉଛନ୍ତି । ଏହି ଫସଲ ମଧ୍ୟରେ ଚଣା ଭଳି ଫସଲ ରହିଛି ଯାହାକି ସହଜରେ ଭୋକ ମେଣ୍ଟାଇବାରେ ସହାୟକ ହେବ । ଏହାସହ ଅଧିକ ରୋଗ ପ୍ରତିରୋଧକ କ୍ଷମତା ଥିବା ଚାଉଳ ପାଇଁ ଧାନ ବିହନ ବି ପ୍ରସ୍ତୁତ କରାଯାଉଛି । ଫସଲର ଏଭଳି ବିଶେଷ କିସମ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ବିକଶିତ କରାଯାଇଛି । ଏହାର ଉର୍ଦ୍ଦେଶ୍ୟ ରହିଛି ଜଳବାୟୁ ପରିବର୍ତ୍ତନ ଓ କୁପୋଷଣ ଭଳି ସମସ୍ୟାରୁ ଲୋକମାନଙ୍କୁ ବାହାର କରିବା ।