ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଚିଠିର ଉତ୍ତର ରଖିଲେ ମୋଦି । ଇମରାନ ଖାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଥିବାବେଳେ ତାର ଜବାବ ରଖିଛନ୍ତି ନରେନ୍ଦ୍ର ମୋଦି । ଇମରାନ ଖାନଙ୍କୁ ମୋଦି ଚିଠି ଲେଖି କହିଛନ୍ତି ଯେ ପ୍ରଥମେ ଆତଙ୍କବାଦୀଙ୍କ ସାଥ୍ ଛାଡ,ତାପରେ ଯାଇ କୌଣସି ଆଲୋଚନା ହେବ । ଦୁଇ ଦେଶ ମଧ୍ୟରେ ଅନୁକୂଳ ବାତାବରଣ ଉପରେ ପୁନର୍ବିଚାର ଆବଶ୍ୟକତା ରହିଛି । କିନ୍ତୁ ଏସବୁ ସମ୍ଭବ ସେତେବେଳେ ହେବ ଯେତେବେଳେ ତୁମେ ଆତଙ୍କବାଦ ରାସ୍ତା ଛାଡିବ ।
ଏଥିସହ ମୋଦି ଲେଖିଛନ୍ତି ଭାରତ ତାର ସମସ୍ତ ପଡୋଶୀ ଦେଶ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି । ସୀମାର ବିକାଶ ପାଇଁ ଶାନ୍ତି ଓ ସ୍ଥିରତାର ଆବଶ୍ୟକତା ରହିଛି । ଭାରତ ପାଇଁ ସବୁବେଳେ ଜନତାଙ୍କ ବିକାଶ ପ୍ରାଥମିକତା ହୋଇ ରହିଆସିଛି । ପାକିସ୍ତାନ ସବୁବେଳେ ଭାରତ ସହ ଆଲୋଚନା କରିବା କଥା କହି ଆସୁଛି । କିନ୍ତୁ ଭାରତର ଷ୍ଟାଣ୍ଡ ସଫା । ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇଛି ସେପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ । ଗତ କିଛି ଦିନ ତଳେ କିର୍ଗିଜସ୍ତାନ ରାଜଧାନୀରେ ଆୟୋଜିତ ସଂଘାଇ କର୍ପୋରେସନ ଅର୍ଗାନାଇଜେସନ ବା ଏସସିଓ ସମ୍ମିଳନୀରେ ମୋଦିଙ୍କ ସହ ଇମରାନ ଖାନଙ୍କ ସାକ୍ଷାତ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/tjjtspwpvy-1533034798.jpg)
/kanak/media/post_attachments/wp-content/uploads/2019/06/modi-with-imran-khan-848x500-300x177.jpg)