କନକ ବ୍ୟୁରୋ: ଲୋକସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାକ୍ଷାତକାରରେ କଂଗ୍ରେସକୁ ବଡ ଚ୍ୟାଲେଞ୍ଜ କରିଛନ୍ତି । କହିଛନ୍ତି ଜମ୍ମୁ-କାଶ୍ମୀରରୁ ଯେଉଁ ୩୭୦ ଧାରାକୁ ଉଚ୍ଛେଦ କରିବାକୁ ଏତେ କଷ୍ଟ କରାଯାଇଛି କାହାରି ସାହାସ ନାହିଁ ତାକୁ ପୁଣି ଲାଗୁ କରିବାକୁ । ସାହାସ ଅଛି ଯଦି କଂଗ୍ରେସ ପୁଣି ଥରେ ସେଠାରେ ୩୭୦ ଲାଗୁ କରିବା କଥା କହି ଦେଖୁ ।
ସେଠିକାର ଲୋକଙ୍କ ଭବିଷ୍ୟତ ତଥା ସାମାଜିକ ସ୍ଥିତିକୁ ସୁଧାରବାକୁ ଦୀର୍ଘ ବର୍ଷର ପ୍ରଚେଷ୍ଟା ପରେ ସେଠାରୁ ୩୭୦ ଧାରା ଉଚ୍ଛେଦ କରାଯାଇଛି । ଏହାଦ୍ୱାରା ସେଠାରେ ଦଳିତ ଓ ବାଲ୍ମିକୀ ସମ୍ପ୍ରଦାୟକୁ ସ୍ୱତନ୍ତ୍ର ସଂରଣକ୍ଷ ମିଳିବ । କିନ୍ତୁ ଏହାକୁ ବିରୋଧୀ ବିରୋଧ କରୁଛନ୍ତି । ଏହି କ୍ରମରେ ମୋଦୀ ମମତା ବାନାର୍ଜୀଙ୍କ କଥା ମଧ୍ୟ ଉଠାଇଥିଲେ । ମମତା ନିଜ ରାଜ୍ୟରେ ସିଏଏ ଲାଗୁ କରିବାକୁ ଦେବେ ନାହିଁ ବୋଲି କହୁଛନ୍ତି । କିନ୍ତୁ ସେମାନେ ଭଲ ଭାବେ ଜାଣିଛନ୍ତି ରାଜ୍ୟ ପାଇଁ କ’ଣ ଭଲ ଖରାପ, କିନ୍ତୁ ଅସଲ କଥା ହେଉଛି ଲୋକଙ୍କୁ ଭ୍ରମିତ କରିବା ଏମାନଙ୍କର ଅଭ୍ୟାସ । ଯାହାଦ୍ୱାରା ଏମାନେ ଲୋକଙ୍କ ସହାନୁଭୂତି ହାସଲ କରିବାକୁ ସହଜ ଭାବୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/04/pm-1.jpg)