ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ କିଛି ସମୟ ପରେ କେନ୍ଦ୍ର କ୍ୟାବିନେଟ। ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା।

ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ କିଛି ସମୟ ପରେ କେନ୍ଦ୍ର କ୍ୟାବିନେଟ। ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକ ହେବାକୁ ଯାଉଛି । ଏହି ବୈଠକରେ ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଆଇନ ମନ୍ତ୍ରୀ, ବାଣିଜ୍ୟ ମନ୍ତ୍ରୀ ସାମିଲ ହେବେ । ଏମାନଙ୍କ ଛଡା କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଏଥିରେ ସାମିଲ ହେବେ । ତେବେ ବୈଠକରେ କେଉଁ ସବୁ ପ୍ରସଙ୍ଗ ଉପରେ ଆଲୋଚନା ହେବ ସେନେଇ କୌଣସି ସୂଚନା ମିଳିପାରିନାହିଁ । ଏହା ପୂର୍ବରୁ ନଭେମ୍ବର ୨ରେ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅରୁଣାଚଳର ଗ୍ରୀନଫିଲ୍ଡ ବିମାନବନ୍ଦରର ନାମକରଣ ଉପରେ ଆଲୋଚନା ହୋଇଥିଲା ।

କେନ୍ଦ୍ର କ୍ୟାବିନେଟ ସେତେବେଳେ ଅରୁଣାଚଳ ପ୍ରଦେଶ ଇଟ୍ଟାନଗରରେ ନିର୍ମିତ ଗ୍ରୀନଫିଲ୍ଡ ବିମାନବନ୍ଦରର ନାମକୁ ଡୋନି ପୋଲୋ ବିମାନବନ୍ଦର କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe