କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ପଢନ୍ତୁ, ବୈଠକରେ କଣ କହିଲେ ମୋଦୀ?

Advertisment
କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ପଢନ୍ତୁ, ବୈଠକରେ କଣ କହିଲେ ମୋଦୀ?

କନକ ବ୍ୟୁରୋ : ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ୧୫-୧୮ବର୍ଷ ବୟସ୍କଙ୍କୁ ଦିଆଯାଉଥିବା ଟିକାକରଣଙ୍କୁ ତ୍ବରାନ୍ବିତ କରିବାକୁ କହିବା ସହ କରୋନା କଟକଣା କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସହ ସମନ୍ୱୟ ରକ୍ଷା କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି। ଏହାସହ ୧୫ ରୁ ୧୮ବର୍ଷ ବୟସର କିଶୋରମାନଙ୍କ ଟିକାକରଣକୁ ଆହୁରି ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁଠାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେଠାରେ କଣ୍ଟେନମେଣ୍ଟ ଜୋନ କରି ବିଶେଷ ଗୁରୁତ୍ୱ ଦିଆଯିବା ଉଚିତ ଏବଂ ଯେଉଁ ରାଜ୍ୟରେ ଅଧିକ ସଂକ୍ରମିତ ରହିଛନ୍ତି, ସେଠାରେ ଆବଶ୍ୟକତା ଅନୁଯାୟୀ ବୈଷୟିକ ସହାୟତା ପ୍ରଦାନ କରାଯିବା ଉଚିତ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କରୋନା ଭୂବାଣୁ ବାରମ୍ବାର ନିଜର ରୂପ ପରିବର୍ତ୍ତନ କରୁଛି। ତେଣୁ ପରୀକ୍ଷା, ଟିକାକରଣ ଏବଂ ଜିନୋମ ସିକ୍ବେନ୍ସିଂ ସହିତ ନିରନ୍ତର ଅନୁସନ୍ଧାନର ଆବଶ୍ୟକତା ରହିଛି। ମହାମାରୀ ସହ ଲଢ଼ିବା ପାଇଁ କରୋନା କଟକଣା ମାନିବା ଜରୁରୀ। ତେବେ ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ, କ୍ୟାବିନେଟ ସଚିବ ରାଜୀବ ଗାବା, ଗୃହ ସଚିବ ଅଜୟ ଭଲ୍ଲା, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଆଇସିଏମଆର ଡିଜି ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe