ଖୋଲାଜିପ୍ ରେ ବସି ମତଦାନ ସାବ୍ୟସ୍ତ କରିବାକୁ ପୋଲିଙ୍ଗ୍ ବୁଥ୍ ପଂହଚିଲେ ପ୍ରଧାନମନ୍ତ୍ରୀ ମୋଦି ! ଗାନ୍ଧୀନଗରରେ ବୁଥରେ ଦେଲେ ଭୋଟ୍ । 

125

ଲୋକସଭା ନିର୍ବାଚନ ୨୦୧୯ ର ତୃତୀୟ ପର୍ଯ୍ୟାୟ ଭୋଟିଙ୍ଗରେ ୧୫ ଟି ରାଜ୍ୟ ଏବଂ ୧୧୭ ଟି ସିଟରେ ଆଜି ଭୋଟ୍ ପଡିବ । ତୃତୀୟ ଚରଣରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଏହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମେତ ଅନେକ ରାଜନେତାଙ୍କ ଭାଗ୍ୟ ଆଜି ଜନତା ଜନାର୍ଦ୍ଦନଙ୍କ ଅଙ୍ଗୁଳି ଟିପରେ ରହିଛି । ଭିଆଇପି ନେତାଙ୍କ ଲିଷ୍ଟରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଥାନ ରହିଛି । ମୋଦି ଆଜି ଗୁଜୁରାଟର ଗାନ୍ଧୀନଗରରେ ରାନିପ୍ ପୋଲିଙ୍ଗ୍ ବୁଥରେ ପହଂଚି ନିଜ ଭୋଟ୍ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ଖୋଲା ଜିପରେ ବସି ପୋଲିଙ୍ଗ୍ ବୁଥରେ ପହଂଚିଥିଲେ । ମୋଦିଙ୍କୁ ସ୍ୱାଗତ କରିଥିଲେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ । ଏଠାରେ ଭୋଟ୍ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଅମିତ୍ ଶାହଙ୍କ ପରିବାର ସହ ମଧ୍ୟ ମିଶିଥିଲେ । ଏହି ସମୟରେ ସେ ଜୟ ଶାହଙ୍କ କୁନିଝିଅକୁ ମଧ୍ୟ କୋଳରେ ଧରି ଖେଳାଇବାର ନଜର ଆସିଥିଲେ ।

ଭୋଟ୍ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟରେ ପହଂଚି ମା’ଙ୍କ ଆଶୀର୍ବାଦ ନେଇଥିଲେ । ଏହି ସମୟରେ ମା’ଙ୍କ ହାତରୁ ମିଠା ଖାଇ ସେ ଆଶୀର୍ବାଦ ସ୍ୱରୁପ ମାଙ୍କୁ ଚୁନରି ଦେଇଥିଲେ । ଏବଂ  ମତଦାନ ଦେବାକୁ ଗାନ୍ଧୀନଗରରେ ପହଂଚିଥିଲେ ।  ଏହାପୁର୍ବରୁ ଗତଥର ମୋଦି ଭୋଟ୍ ଦେବା ପରେ ପଦ୍ମଫୁଲ ଷ୍ଟିକର ସହ ପୋଲିଙ୍ଗ୍ ବୁଥ୍ ପାଖରେ ସେଲ୍ଫି ନେଇଥିଲେ । ଯାହା ଅନେକ ବିବାଦକୁ ଡାକି ଆଣିଥିଲା ।