କନକ ବ୍ୟୁରୋ : ଦୀର୍ଘ ଏକ ବର୍ଷ ହେବ ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ୟୁକ୍ରେନର ପ୍ରାୟ ସବୁ ସହରକୁ ଧ୍ୱଂସ କରିସାରିଲାଣି ଋଷ । ଅନେକ ଜନସାଧାରଣ ଏବଂ ଉଭୟ ପକ୍ଷର ଯବାନଙ୍କ ଜୀବନ ଗଲାଣି । ତଥାବି ଯୁଦ୍ଧ ଥମିବାର ନାଁ ନେଉନି । ଏହାରି ଭିତରେ ଆମେରିକା କହିଛି ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ ଏହି ଯୁଦ୍ଧକୁ ବନ୍ଦ ପାଇଁ ପୁଟିନଙ୍କ ସହ କଥା ହୋଇପାରିବେ । ମୋଦି ଚାହିଁଲେ ପୁଟିନଙ୍କୁ ବୁଝାଇପାରିବେ ।
ଯେତେବେଳେ ହ୍ୱାଇଟ ହାଉସର ପ୍ରବକ୍ତାଙ୍କୁ ପଚରାଗଲା, ଯୁଦ୍ଧକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପୁଟିନକୁ ବୁଝାଇବା ଉଚିତ କି? ହ୍ୱାଇଟ୍ ହାଉସ୍ ପ୍ରବକ୍ତା କହିଲେ, ଆମେରିକା ଏପରି ସମସ୍ତ ପ୍ରୟାସକୁ ଆମେରିକା ସମର୍ଥନ କରିବ ଯେଉଁଥିରେ ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ହୋଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି କି, ମତେ ଲାଗୁଛି ଯୁଦ୍ଧକୁ ରୋକିବା ପାଇଁ ପୁଟିନଙ୍କ ପାଖରେ ଏବେବି ସମୟ ଅଛି । ପିଏମ୍ ମୋଦି ପୁଟିନଙ୍କୁ ବୁଝାଇପାରିବେ । ଯଦି ଏପରି ହୁଏ ତେବେ ଆମେରିକା ଭାରତର ପ୍ରୟାସକୁ ସ୍ୱାଗତ କରିବ ।
ୟୁକ୍ରେନରେ ଲୋକଙ୍କର ଯାହାବି ଅବସ୍ଥା ହୋଇଛି ସେଥିପାଇଁ ପୁଟିନ ହିଁ ଦାୟୀ । ତେଣୁ ପୁଟିନ୍ ଚାହିଁଲେ ଏବେ ଯୁଦ୍ଧକୁ ରୋକିପାରିବେ । ଋଷ ୟୁକ୍ରେନର ଜୀବନ ଜୀବିକା ଉପରେ ଅଧିକ ଆକ୍ରମଣ କରୁଛି । ଇଲେକ୍ଟ୍ରି ସିଟି ନଷ୍ଟ ହୋଇଯାଇଛି । ଲୋକେ ଅନ୍ଧକାର ମଧ୍ୟରେ ଜୀବନ କାଟୁଛନ୍ତି । ତେଣୁ ଏବେ ବି ସମୟ ଅଛି ମୋଦି ପୁଟିନଙ୍କୁ ବୁଝାଇଲେ ପୁଟିନ୍ ଯୁଦ୍ଧ ରୋକିଦେଇପାରନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2023/02/22-16.jpg)