କନକ ବ୍ୟୁରୋ : ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କୁ ‘ମନ କି ବାତ୍’ରେ ମୋଦୀଙ୍କ ପ୍ରଶଂସା । ପ୍ରଧାନମନ୍ତ୍ରୀ କହିଛନ୍ତି, ଏପରି କିଛି ଲୋକଙ୍କୁ ପଦ୍ମ ସମ୍ମାନ ଦିଆଯାଉଛି, ଯେଉଁମାନେ କି ବିଶେଷ ପରିଚିତି ପାଇନଥିଲେ ବି ସାଧାରଣ ପରିସ୍ଥିତିରେ ଅସାଧାରଣ କାମ କରିଛନ୍ତି । ପ୍ରଧାନମନ୍ତ୍ରୀ ପଦ୍ମ ସମ୍ମାନ ପାଇଥିବା ଅମାଇ ମହାଲିଙ୍ଗଙ୍କ କଥା କହିଛନ୍ତି । କର୍ଣ୍ଣାଟକର ଅମାଇ ଟନେଲ୍ ମ୍ୟାନ୍ ଭାବେ ପରିଚିତ । ସେହିପରି ଉତରାଖଣ୍ଡର ବାସନ୍ତୀ ଦେବୀ କଥା ମଧ୍ୟ କହିଛନ୍ତି ।

Advertisment

ଯାହାଙ୍କ ପୂରା ଜୀବନ ସଂଘର୍ଷ ମୟ ଥିଲା । ଏହା ସହ ପ୍ରଧାନମନ୍ତ୍ରୀ ଘୋଡା ବିରାଟ କଥା ମନ୍ କି ବାତରେ କହିଛନ୍ତି । ମୋଦି କହିଛନ୍ତି, ୨୦୦୩ରେ ରାଷ୍ଟ୍ରପତି ଭବନ ଆସିବା ପରେ ପ୍ରତ୍ୟେକ ଥର ଗଣତନ୍ତ୍ର ଦିବସରେ କମାଣ୍ଡାଂଟ ଚାର୍ଜ ଭାବେ ପରେଡରେ ଲିଡ୍ କରୁଥିଲା । ବିଦେଶୀ ଅତିଥିଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ ପାଇଁ ନିଜର ଭୂମିକା ଗ୍ରହଣ କରୁଥିଲା । ଚଳିତ ବର୍ଷ ଘୋଡା ବିରାଟ ଅବସର ନେଇଛି । ଚଳିତ ବର୍ଷ ଶେଷ ଥର ପାଇଁ ସେ ପରେଡରେ ସାମିଲ ହୋଇଥିଲା ।