ମୋଦୀଙ୍କୁ ଭେଟିବା ପରେ ଭାବବିହ୍ୱଳ ହେଲେ ମୋଦୀଙ୍କ ବଡ ଭାଇ । କହିଲେ, ଦେଶ ପାଇଁ ବହୁତ ପରିଶ୍ରମ କରୁଛ, ଏବେ ଟିକେ ବିଶ୍ରାମ ନିଅ ।

Advertisment
ମୋଦୀଙ୍କୁ ଭେଟିବା ପରେ ଭାବବିହ୍ୱଳ ହେଲେ ମୋଦୀଙ୍କ ବଡ ଭାଇ । କହିଲେ, ଦେଶ ପାଇଁ ବହୁତ ପରିଶ୍ରମ କରୁଛ, ଏବେ ଟିକେ ବିଶ୍ରାମ ନିଅ ।

କନକ ବ୍ୟୁରୋ: ଦେଶର ଉନ୍ନତି ପାଇଁ ବହୁତ ପରିଶ୍ରମ କରୁଛ, ଏବେ ଟିକିଏ ଆରାମ କର । ଭାବବିହ୍ୱଳ ହୋଇ ଏକଥା ନିଜ ସାନଭାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି ବଡ଼ଭାଇ ସୋମାଭାଇ ମୋଦୀ। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ରବିବାର ଗୁଜରାଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅହମଦାବାଦରେ ଭୋଟ୍ ଦେଇଥିଲେ। ଏଠାରେ ସେ ତାଙ୍କ ବଡ଼ଭାଇ ସୋମାଭାଇ ମୋଦୀଙ୍କୁ ମଧ୍ୟ ଭେଟିଥିଲେ। ଏତେ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଭାବବିହ୍ବଳ ହୋଇପଡ଼ିଥିଲେ ସୋମାଭାଇ।

ଭାବପ୍ରବଣ ହୋଇ ମୋଦୀଙ୍କ ବଡ ଭାଇ ଗଣମାଧ୍ୟମକୁ କହିଥିଲେ ଯେ, ମୁଁ ନରେନ୍ଦ୍ରକୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛି। ମୁଁ ତାଙ୍କୁ କହିଛି ଯେ, ତୁମେ ଦେଶ ପାଇଁ ବହୁତ ପରିଶ୍ରମ କରୁଛ। ଏବେ ଟିକିଏ ବିଶ୍ରାମ ମଧ୍ୟ ନିଅ।'

ଏହାସହ ସେ କହିଥିଲେ ଯେ, ୨୦୧୪ପରଠାରୁ କେନ୍ଦ୍ର ସରକାର ଯେଉଁଭଳି ଭାବେ ଦେଶ ପାଇଁ କାମ କରିଛନ୍ତି, ଲୋକେ ତାକୁ ଅଣଦେଖା କରି ହେବନାହିଁ। ମୁଁ ଲୋକଙ୍କୁ ଅନୁରୋଧ କରିବି ଯେ, ସେମାନେ ନିଜ ମତଦାନର ଅଧିକାରକୁ ଠିକ ଭାବେ ବ୍ୟବହାର କରନ୍ତୁ । ୨୦୧୪ପରଠାରୁ ଦେଶରେ ହୋଇଥିବା ଉନ୍ନତିକୁ ଆଗକୁ ବଢ଼ାଇବା ପାଇଁ ଯୋଗ୍ୟ ପ୍ରାର୍ଥୀକୁ ଜିତାନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe