ଓଟିଟି ପ୍ଲାଟଫର୍ମରେ ଚାଲିବ ମୋଦୀଙ୍କ ଯାଦୁ, ଜାଣନ୍ତୁ କେବେ ହେବ ଷ୍ଟ୍ରିମିଂ

Advertisment
ଓଟିଟି ପ୍ଲାଟଫର୍ମରେ ଚାଲିବ ମୋଦୀଙ୍କ ଯାଦୁ, ଜାଣନ୍ତୁ କେବେ ହେବ ଷ୍ଟ୍ରିମିଂ

କନକ ବ୍ୟୁରୋ : ବିବେକ ଓବ୍ରାଇଙ୍କ ଅଭିନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ‘ପିଏମ ନରେନ୍ଦ୍ର ମୋଦୀ’ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବାକୁ ଯାଇଛି । ‘ପିଏମ ନରେନ୍ଦ୍ର ମୋଦୀ’ ସେପ୍ଟେମ୍ବର ୨୩ ତାରିଖରେ ଏମଏକ୍ସ ପ୍ଲୋୟାରରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ବାବଦରେ ବିବେକ କହିଛନ୍ତି କି “ମୁଁ ଆମ ପ୍ରଧାନମନ୍ତ୍ରୀଙ୍କୁ ବହୁତ ସମ୍ମାନ କରେ ଓ ଏହା ମୋ ପାଇଁ ଗୌରବର କଥା କି ମୋତେ ଏହି ସିନେମା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଜୀବନ କାହାଣୀ ଦେଶବାସୀଙ୍କୁ କହିବାର ସୁଯୋଗ ମିଳିଛି ।”

ସେ ଆହୁରି କହିଛନ୍ତି କି ଏହି ସିନେମା ମାଧ୍ୟମରେ ଲୋକେ ଜାଣିବାକୁ ପାଇବେ କି ଅନ୍ୟମାନେ ଠିକ କରି ଆଗକୁ ଯାଉଥିବା ବେଳେ ନରେନ୍ଦ୍ର ମୋଦୀଙ୍କ ଗୋଟିଏ ଭୂଲ ତାଙ୍କୁ କିଭଳି ଗୁଜୁରାଟର ମୁଖ୍ୟମନ୍ତ୍ରୀ କରିଦେଇଥିଲା । ଏହାସହ ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ସଂଘର୍ଷର କାହାଣୀ ଏହି ସିନେମା ମାଧ୍ୟମରେ ଲୋକେ ଜାଣିବାକୁ ପାଇବେ ବୋଲି ସେ କହିଛନ୍ତି ।

କହିରଖୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଉପରେ ଆଧାରିତ ବାୟୋପିକ ‘ପିଏମ ନରେନ୍ଦ୍ର ମୋଦୀ’ ର ଟ୍ରେଲର ରିଲିଜ ହୋଇସାରିଛି । ଓମଙ୍ଗ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚିତ୍ରରେ ବିବେକ ଓବ୍ରାଇ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଅନେକ ପରିଚିତ କଳାକାର ଏହି ସିନେମାରେ କାମ କରିଛନ୍ତି ।

ଡିଜିଟାଲ ରିଲିଜକୁ ନେଇ ନିର୍ଦ୍ଦେଶକ ଓମଙ୍ଗ କୁମାର କହିଛନ୍ତି ଯେ, ଏହି ଚଳଚତ୍ରଟି ଜଣେ ପ୍ରଧାନମନ୍ତ୍ରୀଙ୍କ ଜୀବନର ଇତିହାସ ଓ ସଫଳତାକୁ ନେଇ ନିର୍ମାଣ କରାଯାଇଛି । ଏହି ଚଳଚିତ୍ରକୁ ଷ୍ଟ୍ରିମିଂ କରିବାକୁ ଏମଏକ୍ସ ପ୍ଳେୟାର ଭଳି ଓଟିଟି ପ୍ଲାଟଫର୍ମ ରାଜି ହୋଇଥିବାରୁ ଏହାକୁ ନେଇ ନିର୍ଦ୍ଦେଶକ ଓମଙ୍ଗ କୁମାର ବେସ୍ ଖୁସିଥିବା କହିବା ସହ କିଭଳି ଏହାକୁ ଦେଶର ପ୍ରତିଟି ଲୋକଙ୍କ ପାଖରେ ପହଂଚାଯାଇ ପାରିବ ସେନେଇ ସେ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ।  ବିବେକ ଓବ୍ରାଇଙ୍କ ବ୍ୟତୀତ ଏହି ସିନେମାରେ ମନୋଜ ଜୋଶୀ, ବରଖା ବିଷ୍ଟ, ଜରୀନା ବାହବ ଓ ବୋମନ ଇରାନୀ ବି ଅଭିନୟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe