ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ସିନେମା ପିଏମ୍ ନରେନ୍ଦ୍ର ମୋଦି ୨୪ ମଇକୁ ସବୁ ପ୍ରେକ୍ଷାଳୟରେ ରିଲିଜ୍ ହୋଇସାରିଛି । ସିନେମାରେ ବିବେକ୍ ଓବରଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାରେ ନଜର ଆସିଛନ୍ତି । ସିନେମା ରିଲିଜର ଦୁଇଦିନ ପରେ ବିବେକ୍ ଓବରଏ ଋଷିକେଷ୍ ରେ ଗଙ୍ଗା
ତଟରେ ନିଜ ଫିଲ୍ମର ସ୍କ୍ରିନିଂ କରିଥିଲେ । ବିବେକ୍ ଓବରଏ ନିଜ ସିନେମାର ସ୍ୱେଶାଲ୍ ସ୍କ୍ରିନିଂର ଫଟୋ ଟ୍ୱିଟରରେ ପୋଷ୍ଟ୍ କରି ଖୁସି ଜାହିର କରିଛନ୍ତି । କ୍ୟାପ୍ସନରେ ବିବେକ ଲେଖିଛନ୍ତି , “ ଏହା ଏକ ଚମତ୍କାର ଅନୁଭବ! ମୁଁ ଗଙ୍ଗା ତଟରେ ଆରତୀ ପରେ ପିଏମ୍ ନରେନ୍ଦ୍ର ମୋଦି ସିନେମା ଦେଖୁଛି । ଏତେ ସବୁ ଭଲପାଇବା ଏବଂ ଆଶିର୍ବାଦ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ହର ହର ଗଙ୍ଗେ ।”
ଫଟୋରେ ଦେଖାଯାଉଛି ଯେ ଗଙ୍ଗାତଟରେ ଏକ ବିଶାଳ ସ୍କ୍ରିନ୍ ଲାଗିଛି ଏବଂ ହଜାର ହଜାର ଲୋକ ବସି ଏହାର ସ୍କ୍ରିନିଂ ଦେଖୁଛନ୍ତି । ଆପଣଙ୍କୁ କହିରଖୁଛୁ ପିଏମ୍ ମୋଦି ବାୟୋପିକ୍ ଏ ପର୍ଯ୍ୟନ୍ତ ୧୧ କୋଟି ୭୬ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ବ୍ୟବସାୟ କରିଛି । ଏହି ଫିଲ୍ମକୁ ନିର୍ବାଚନ ପୂର୍ବରୁ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆ ହୋଇଥିଲେ ମଧ୍ୟ ନିର୍ବାଚନ କମିଶନ୍ ଏହାକୁ ବ୍ୟାନ୍ କରିଥିଲେ । ବଲିଉଡ୍ ଅଭିନେତା ବିବେକ୍ ଓବରଏଙ୍କ ଏହି ଫିଲ୍ମ ଯେତେବେଳେ ମୁମ୍ବାଇର ପିବିଆରରେ ସ୍କ୍ରିନିଙ୍ଗ୍ ହୋଇଥିଲା ସେତେବେଳେ ହାତରେ ଚା’ କ୍ୟାଟିଲ୍ ଏବଂ ମାଟିକପ୍ ଧରି ବିବେକ୍ ନଜର ଆସିଥିଲେ । ସ୍କ୍ରିନିଙ୍ଗ୍ ଦେଖିବାପାଇଁ ଆସୁଥିବା ଦର୍ଶକଙ୍କୁ ସେ ନିଜ ହାତରେ ଚା’ ପିଇବାକୁ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/modi-movie-4_555_052719082917.jpg)
/kanak/media/post_attachments/wp-content/uploads/2019/05/modi-movie-5_555_052719082917-300x169.jpg)
/kanak/media/post_attachments/wp-content/uploads/2019/05/modi-movie-1_555_052719082918-207x300.jpg)