ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ସିନେମା ପିଏମ୍ ନରେନ୍ଦ୍ର ମୋଦି ଲଗାତାର ଚର୍ଚ୍ଚାର ପରିସରରେ ରହିଅଛି । ତେବେ ସୋସିଆଲ୍ ମିଡିଆରେ ଏହା ମଧ୍ୟ କୁହାଯାଉଛି ଯେ ମୋଦି ଏହି ଫିଲ୍ମ ଜରିଆରେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଫାଇଦା ପହଞ୍ଚାଇବାକୁ ଚାହୁଁଛନ୍ତି । ପ୍ରଥମେ ଏହି ଫିଲ୍ମକୁ ଲୋକସଭା ନିର୍ବାଚନ ୨୦୧୯ ର ଫାଷ୍ଟ୍ ଭୋଟିଙ୍ଗ ପରେ ଅର୍ଥାତ୍ ୧୨ ଏପ୍ରେଲରେ ରିଲିଜ୍ କରିବା ପାଇଁ ପ୍ରସ୍ତୁତି ଚାଲିଛି । କିନ୍ତୁ ଏବେ ଏହି ଫିଲ୍ମର ରିଲିଜ୍ ତାରିଖକୁ ବଦଳାଇ ଦିଆଯାଇଛି ।
ଏବେ ଏହି ଫିଲ୍ମକୁ ଲୋକସଭା ନିର୍ବାଚନ ୨୦୧୯ ଫାଷ୍ଟ୍ ଫେଜ୍ ଭୋଟିଙ୍ଗ ପୂର୍ବରୁ ଅର୍ଥାତ୍ ଅପ୍ରେଲ୍ ୫ ତାରିଖରେ ରିଲିଜ୍ କରାଯିବ । ଫିଲ୍ମ ନିର୍ମାତା ଏହାର ଦ୍ୱିତୀୟ ପୋଷ୍ଟର ରିଲିଜ୍ କରି ସାରିଛନ୍ତି । ଯେଉଁଥିରେ ରିଲିଜ୍ ତାରିଖ ମଧ୍ୟ ରହିଛି । ବିବେକ ଓବରଏ ଅଭିନିତ ଏହି ସିନେମାରେ ସେ ମୋଦିଙ୍କ ଭୂମିକା ତୁଲାଇବେ । ଏହି ପୋଷ୍ଟରରେ ଏକ ସନ୍ଦେଶ ଦିଆଯାଇଛି ଯେଉଁଥିରେ ‘ଦେଶଭକ୍ତି ହିଁ ମୋ ଶକ୍ତି’ ବୋଲି ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/MM-1.jpg)
/kanak/media/post_attachments/wp-content/uploads/2019/03/pm_modi_1024_1552977934_618x347-300x168.jpeg)
/kanak/media/post_attachments/wp-content/uploads/2019/03/PMNarendraModi-784x441-300x169.jpg)