ଯେଉଁ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରୁଛନ୍ତି ବିରୋଧୀ, ସେଥିପାଇଁ ମୋଦିଙ୍କୁ ମିଳିବ ‘ସିୟୋଲ ପିସ ପ୍ରାଇଜ’ । ଏହି ଆୱାର୍ଡ ପାଇବାରେ ମୋଦି ହେବେ ପ୍ରଥମ ଭାରତୀୟ

Advertisment
ଯେଉଁ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରୁଛନ୍ତି ବିରୋଧୀ, ସେଥିପାଇଁ ମୋଦିଙ୍କୁ ମିଳିବ ‘ସିୟୋଲ ପିସ ପ୍ରାଇଜ’ । ଏହି ଆୱାର୍ଡ ପାଇବାରେ ମୋଦି ହେବେ ପ୍ରଥମ ଭାରତୀୟ

source : Moneycontrol

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଉଥ କୋରିଆର ସିୟୋଲ ପିସ ପ୍ରାଇଜ୍ ୨୦୧୮ ଦ୍ୱାରା ସମ୍ମାନିତ କରାଯିବ । ସିୟୋଲ ପିସ୍ ପ୍ରାଇଜ କଲଚରାଲ ଫାଉଣ୍ଡେସନର ଚେୟାରମ୍ୟାନ ଏହାର ଘୋଷଣା କରିଛନ୍ତି । ପିଏମ୍ ମୋଦିଙ୍କୁ ଏହି ପୁରସ୍କାର ଅନ୍ତର୍ଜାତୀୟ ସହଯୋଗରେ ଉନ୍ନତି, ବିଶ୍ୱ ଆର୍ଥିକ ବୃଦ୍ଧିକୁ ବଢ଼ାଇବା, ଦୁର୍ନୀତି ବିରୁଦ୍ଧରେ ଲଢ଼େଇ ଓ ଭାରତର ଜନତା ତଥା ଲୋକତନ୍ତ୍ରର ବିକାଶର ଦିଗରେ ପ୍ରତିବଦ୍ଧତା ପାଇଁ ମିଳିଲା ।

୧୦୦ ପ୍ରଭାବଶାଳୀ ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ୧୨ ଜଣିଆ କମିଟି ସହମତି ଦେଲେ । ଫାଉଣ୍ଡେସନ୍ ରାଜନୀତି, ବିଜନେସ୍ ଲିଡର୍ସ, ଧାର୍ମିକ ନେତା, ପତ୍ରକାର, କଳାକାର, ଆଥଲେଟ୍, ସାଂସ୍କୃତିକ ପୁରଧାଙ୍କ ମଧ୍ୟରୁ ଜଣେ ବିଜେତାର ଚୟନ କରନ୍ତି । ବିଦେଶ ମନ୍ତ୍ରୀଙ୍କ ପ୍ରବକ୍ତା ରବିଶ କୁମାର ଟ୍ୱିଟର ଜରିଆରେ ଏହାର ସୂଚନା ଦେଲେ । ଏହା ପୂର୍ବରୁ ଏହି ଆୱାର୍ଡ ଜର୍ମାନୀ ଚାନ୍ସେଲର ଏଂଜେଲା ମାର୍କେଲ ଓ ୟୁଏନ୍ ମହାସଚିବ ରହିଥିବା ବାନ କି ମୁନ୍ ଙ୍କୁ ବି ଦିଆଯାଇସାରିଛି ।

ପିଏମ ମୋଦିଙ୍କୁ ଏହି ଆୱାର୍ଡ ଆର୍ଥିକ ମୋର୍ଚ୍ଚା ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଉଠାଯାଇଥିବା ପଦକ୍ଷେପ ଯେମିତି କି ନୋଟବନ୍ଦୀ ଓ ଜିଏସଟି ପାଇଁ ଦିଆଯାଉଛି । ବିରୋଧୀ ଦଳ ଉଭୟ ପାଇଁ ପିଏମ୍ ମୋଦିଙ୍କ ଆଲୋଚନା କରୁଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe