ମଞ୍ଚ ଉପରେ ମୋଦିଙ୍କୁ ମନେ ପଡିଲା କଂଗ୍ରେସର ଗାଳି ! ପାଗଳ କୁକୁର,ଗଙ୍ଗୁ ତେଲି,ପଚା ନାଳର ପୋକ ଭଳି ଅନେକ ଗାଳିକୁ ମନେ ପକାଇଲେ ମୋଦି ।

307

ଲୋକସଭା ନିର୍ବାଚନର ଅନ୍ତିମ ଚରଣ ନିକଟତର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କଂଗ୍ରେସ ଉପରେ ଟାର୍ଗେଟ୍ କରିବା ପ୍ରକ୍ରିୟା ଆହୁରି ଅଧିକ ବଢିଯାଇଛି । ବୁଧବାର ହରିୟାଣାର କୁରୁକ୍ଷେତ୍ରରେ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରି ମୋଦି କହିଥିଲେ କଂଗ୍ରେସରେ ମୋତେ ଗାଳି ଦେବା ପାଇଁ ପ୍ରତିଯୋଗିତା ଚାଳିଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କଂଗ୍ରେସର ଜଣେ ନେତା ମୋତେ ପଚା ନାଳର ପୋକ କହିଥିବା ବେଳେ ଆଉ ଜଣେ ଗଙ୍ଗୁତେଲି କହିବାକୁ ପଛାଇନାହାନ୍ତି । ଆଉ ଜଣେ ନେତା ତ ମୋତେ ପାଗଳ କୁକୁରର ଆଖ୍ୟା ଦେଇଛନ୍ତି ।

ମୋଦି ଗଣାଇଲେ କଂଗ୍ରେସର ଗାଳି :

ରାଲିରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି , “କଂଗ୍ରେସର ବଡ଼ ବଡ଼ ନେତା ମୋତେ ମାନସିକ ରୁପରେ ରୋଗିଣା କହିବା ସହ ନିମ୍ନ କିସମର ପୁରୁଷ ବୋଲି ମଧ୍ୟ କହିଛନ୍ତି । ଏହା ସହ ମୋତେ ମୋ ବାପା, ଜେଜେବାପା କିଏ ତାହା ବି ପ୍ରଶ୍ନ କରାଯାଇଛି ।” ସେ ଲୋକଙ୍କୁ ଏହି ଗାଳି ଭିଡିଓକୁ ସେୟାର୍ କରିବାକୁ ଅପିଲ୍ କରିଥିଲେ । ଯାହାଦ୍ୱାରା ସମ୍ପୁର୍ଣ୍ଣ ଦେଶକୁ କଂଗ୍ରେସର ଅସଲ ଚେହେରା ଦେଖାଯିବ । କେବଳ ଏତିକି ନୁହଁ କଂଗ୍ରେସ ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କୁ ଅନେକ ଉପହାର ମଧ୍ୟ ଦେଇଛି ଯାହାକୁ ସେ ଜନତାଙ୍କ ଆଗରେ ପ୍ରକାଶ କରିଥିଲେ । ମୋଦିଙ୍କୁ ମୋଷ୍ଟ୍ ଷ୍ଟୁପିଡ୍ ପିଏମ୍ କହିବା ସହ ଯବାନଙ୍କ ରକ୍ତର ଦଲାଲ୍ ମଧ୍ୟ କୁହାଯାଇଛି । ଆପଣଙ୍କୁ କହିରଖୁଛୁ କି ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଦ୍ୱାରା କରାଯାଇଥିବା ଟିପ୍ପଣୀ ପରେ କଂଗ୍ରେସ-ବିଜେପି ଭିତରେ ଏବେ ବାକ୍ ଯୁଦ୍ଧ ଚାଲିଛି ।