କନକ ବ୍ୟୁରୋ: ବୁଦ୍ଧ ପୂର୍ଣ୍ଣିମାରେ, ଭଗବନା ବୁଦ୍ଧଦେବଙ୍କ ଜନ୍ମସ୍ଥାନ ଲୁମ୍ବିନି ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ନେପାଳ, ଲୁମ୍ବିନୀ ଗସ୍ତ କରିଛନ୍ତି ମୋଦୀ । (୧୧) ସୋମବାର ସକାଳ ସାଢେ ୧୦ଟାରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନେପାଲ ଲୁମ୍ବିନୀରେ ପହଁଚିଥିଲେ ମୋଦୀ । ସେଠାରେ ପହଁଚିବାପରେ ନେପାଲ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉୱା, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ- ସମ୍ବରର୍ଦ୍ଧନା କରିଛନ୍ତି । ଏହାପରେ ଭଗବାନ ବୁଦ୍ଧଦେବଙ୍କ ଜନ୍ମସ୍ଥାନ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

Advertisment

ଲୁମ୍ବିନିରେ ପହଁଚିବା ପରେ ସର୍ବପ୍ରଥମେ ମାୟାଦେବୀ ମନ୍ଦିରରେ ପହଁଚି ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନେପାଲ ପ୍ରଧାନମନ୍ତ୍ରୀ ଶେର ବାହାଦୁରଙ୍କ ସହ ମିଶି ମୋଦୀ ମାୟାଦେବୀ ମନ୍ଦିର ପରିଦର୍ଶନ କରିଛନ୍ତି । ମନ୍ଦିର ପରିସର ଭିତରେ ଥିବା ମାର୍କର ଷ୍ଟୋନ୍ ଉପରେ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ ପୁଷ୍କରିଣିର ପରିକ୍ରମା ବି କରିଛନ୍ତି । ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମ ଲୁମ୍ବିନିରେ ହୋଇଥିଲା । ନେପାଲ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଓ ତାଙ୍କ ପତ୍ନୀ ଡାକ୍ତର ଆରଜୁ ରାଣା, ମୋଦୀଙ୍କୁ ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥାନ ପରିଦର୍ଶନ କରାଇଛନ୍ତି ।

ଏଠାରେ ପ୍ରଧାନମନ୍ତ୍ରୀ ଭଗବାନ ବୁଦ୍ଧଦେବଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ଏହାସହ ପବିତ୍ର ବୌଦ୍ଧ ବୃକ୍ଷରେ ଜଳ ଢାଳିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହିସମୟରେ ବୌଦ୍ଧ ବିକ୍ଷୁକ ଓ ନେପାଳ ପ୍ରଧାନମନ୍ତ୍ରୀ ଶରେ ବାହାଦୁର ମୋଦୀଙ୍କୁ ସେହି ସ୍ଥାନର ମହାନତା ବିଷୟରେ ବଖାଣିଥିଲେ । ଏହା ବୌଦ୍ଧ ପୂର୍ଣ୍ଣିମା ଅବସରରେ ଏକ ଖାସ କାରଣ ପାଇଁ ଲୁମ୍ବିନି ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । କାରଣ ଲୁମ୍ବିନିରେ ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହେବାକୁ ଯାଉଛି ସର୍ବବୃହତ ବୌଦ୍ଧ ସାଂସ୍କୃତିକ କେନ୍ଦ୍ର । ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟର ଫର ବୌଦ୍ଧ କଲଚର ଆଣ୍ଡ ହେରିଟେଜ୍ର ଶିଳାନ୍ୟାଶ କରିଛନ୍ତି ମୋଦୀ । ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଓ ପ୍ରଧାନମନ୍ତ୍ରୀ ମୋଦୀ ଏକାଠି ଏକ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଜରିଆରେ ବୌଦ୍ଧ ସାଂସ୍କୃତି କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି । ବୌଦ୍ଧ ରିତିନୀତି ଅନୁସାରେ ଶିଳାନ୍ୟାସର ସମସ୍ତ କାର୍ଯ୍ୟ କରାଯାଇଛି ।

ଭାରତରେ ବୌଦ୍ଧ ଧର୍ମାବଲମ୍ବୀଙ୍କ ସଂଖ୍ୟା କମ୍ ଥିଲେ ବି ଭାରତର ଇତିହାସ ଭଗବାନ ବୁଦ୍ଧଦେବ ଓ ବୌଦ୍ଧ ଧର୍ମ ସହ ଜଡିତ ରହିଛି । ସେହିପରି ନେପାଲରେ ବୌଦ୍ଧ ଧର୍ମାମ୍ବଲମ୍ବୀଙ୍କ ସଂଖ୍ୟା ଢେର ଅଧିକ ରହିଛି । ଆଉ ଲୁମ୍ବିନି ପାଇଁ ଏତେ ବଡ କାମ କରି ଭାରତ ଓ ନେପାଳ ଭିତରେ ସମ୍ପର୍କକୁ ଆହୁରି ସୁଦୃଢ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।