ଜାତିସଂଘରେ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି । ୨୦୨୨ ସୁଦ୍ଧା ସମସ୍ତେ ରହିବେ ଛାତ ଘରେ । ଶିକ୍ଷାଠୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ହେବ ସବକା ସାଥ୍ ସବକା ବିକାଶ…

1,673

କନକ ବ୍ୟୁରୋ: ଆଧୁନିକ ବିଶ୍ୱ ପରିସ୍ଥତିକୁ ଦେଖି ମିଳିତ ଜାତିସଂଘର ସଂସ୍କାର ଲାଗି ଆହ୍ଵାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ( ଇକୋସୋକ)ର ଅଧିବେଶନରେ ଉଦବୋଧନ ଦେଇ ମୋଦୀ କହିଛନ୍ତି ଯେ ଜାତିସଂଘ ଦ୍ୱିତୀୟ ବିଶ୍ୱଯୁଦ୍ଧର ଧ୍ୱଂସସ୍ତୁପରୁ ଆରମ୍ଭ ହୋଇଥିଲା । ଏବେ ବିଶ୍ୱର କରୋନା ଭାଇରସ ସହ ଲଢୁଛି । ଏଣୁ କରୋନା ପରବର୍ତ୍ତି ବିଶ୍ୱ ପାଇଁ ଜାତିସଂଘରେ ସଂସ୍କାର ଜରୁରୀ ହୋଇପଡ଼ିଛି । ଏକ ପରିବର୍ତ୍ତିତ ଜାତିସଂଘ ହିଁ ମାନବ ଜାତିର ଆଶା ଆକାଂକ୍ଷାକୁ ପୂରଣ କରିପାରିବ । ଏହି ସଂସ୍କାର ପାଇଁ କରୋନା ମହାମାରୀ ଏକ ସୁଯୋଗ ଆଣିଦେଇଛି । ଆମେ ଏହି ସୁଯୋଗ ହାତଛ଼ଡ଼ା କରିବା ଉଚିତ ନୁହେଁ ।

ଅଧିବେଶନରେ ନରେଓ୍ଵର ପ୍ରଧାନମନ୍ତ୍ରୀ ଓ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଏଟାରେସ ଯୋଗ ଦେଇଛନ୍ତି । ନିଜର ଅଭିଭାଷଣରେ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ବହୁରାଷ୍ଟ୍ରବାଦ ବା ସବୁ ଦେଶଙ୍କ ସହଯୋଗ ନେଇ ବିଶ୍ୱରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହୋଇପାରିବ । ଜାତିସଂଘର ଆରମ୍ଭରୁ ହିଁ ଭାରତ ଏହାର ନିର୍ମାଣ ଓ ଏହାକୁ ସୁଦୃଢ କରିବା ଦିଗରେ ଯୋଗଦାନ ଦେଇଆସିଛି । ବିଶ୍ୱର ଜାତିସଂଘ ପ୍ରତିଷ୍ଠାର ୭୫ତମ ବାର୍ଷିକି ପାଳନ କରୁଥିବାବେଳେ ବହୁରାଷ୍ଟ୍ରବାଦ (ବା ସବୁ ରାଷ୍ଟ୍ରଙ୍କ ସମାନ ସହଯୋଗ ଓ ଦାୟିତ୍ୱ) ଉପରେ ଗୁରୁତ୍ୱ ଦିଆଯିବା ଉଚିତ ।

ପ୍ରତି ଭାରତୀୟଙ୍କ ପାଇଁ ଛାତ ଘର

#ପ୍ରତି_ଭାରତୀୟଙ୍କ_ପାଇଁ_ଛାତ_ଘରଜାତିସଂଘରେ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି । ୨୦୨୨ ସୁଦ୍ଧା ସମସ୍ତେ ରହିବେ ଛାତ ଘରେ । ଶିକ୍ଷାଠୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ହେବ ସବକା ସାଥ୍ ସବକା ବିକାଶ… #PMNarendraModi United Nations Narendra Modi

Posted by Kanak News on Friday, 17 July 2020