କନକ ବ୍ୟୁରୋ : ବିରୋଧୀଙ୍କ ସବୁ ରଣନୀତିକୁ ମାତ୍ ଦେଇ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଦେଶର ସମସ୍ତ ବିଜେପି କାର୍ଯ୍ୟାଳୟରେ ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି ଉତ୍ସାହର ମାହୋଲ । ତେବେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ କିଛି ସମୟ ପୂର୍ବରୁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କୁ ସ୍ୱାଗତ କରିଛନ୍ତି । ହଜାର ହଜାର ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ପୁଷ୍ପ ବର୍ଷା କରି ପ୍ରଧାନମନ୍ତ୍ରୀଙ୍କୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି ।