କନକ ବ୍ୟୁରୋ: ଆଜି ୭୨ ବର୍ଷରେ ପାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଲୋକଙ୍କ ଭିତରେ ଜାଣିବାକୁ ଇଚ୍ଛା ଯେ, ମୋଦୀଙ୍କ ପାଖରେ କ’ଣ କ’ଣ ଅଛି , ତାଙ୍କର ସମ୍ପତ୍ତି କେତେ । ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)

Advertisment

ପିଏମଓ ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ସର୍ବମୋଟ ୨.୨୩ କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ରହିଛି । ବର୍ଷକ ଭିତରେ ତାଙ୍କ ସମ୍ପତ୍ତିରେ ୨୬ ଲକ୍ଷର ବୃଦ୍ଧି ହୋଇଛି । ଏହାକୁ ବାଦ ଦେଲେ ତାଙ୍କର କୌଣସି ଅସ୍ଥାବର ସମ୍ପତ୍ତି ନାହିଁ । ତାଙ୍କ ନାଁ କୌଣସି ଦାମୀ କାର୍ ନା ଆଲିସାନ୍ ଘର । ଗାନ୍ଧୀ ନଗରରେ ତାଙ୍କ ନାଁରେ ଯେଉଁ ଜମି ଥିଲା ତାକୁ ସେ ଦାନ କରିଦେଇଛନ୍ତି ।

ପିଟିଆଇ ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୌଣସି ବଣ୍ଡ୍ , ସେୟାର କିମ୍ବା ମ୍ୟୁଚୁଆଲ ଫଣ୍ଡ ନାହିଁ । ତାଙ୍କର ନିଜର କୌଣସି କାର୍ ନାହିଁ । ସରକାରୀ ବଙ୍ଗଳାରେ ରହୁଛି , ସରକାରୀ ଗାଡିରେ ହିଁ ଯିବା ଆସିବା କରୁଛନ୍ତି ।

ସମ୍ପତ୍ତି କହିଲେ ତାଙ୍କ ପଖରେ ଥିବା ୪ଟି ସୁନା ମୁଦି ଯାହାର ମୂଲ୍ୟ ପାଖାପାଖି ୧.୭୩ ଲକ୍ଷ ଟଙ୍କା ହେବ । ଏହାସହ ପୋଷ୍ଟ ଅଫିସରେ ୯ଲକ୍ଷ ଟଙ୍କାର ନ୍ୟାସନାଲ ସେଭିଙ୍ଗସ୍ ସାର୍ଟିଫିକେଟ୍  ଓ ୧.୮୯ ଲକ୍ଷ ଟଙ୍କାର ଜୀବନ ବୀମା ରହିଛି ।