କନକ ବ୍ୟୁରୋ : ପଡିଲା ରାମ ମନ୍ଦିର ପାଇଁ ମୂଳଦୂଆ, ଗଠନ ହେଲା ଟ୍ରଷ୍ଟ ବୋର୍ଡ । କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ଟ୍ରଷ୍ଟକୁ ମିଳିଛି ମଞ୍ଜୁରୀ । ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଟ୍ରଷ୍ଟରେ ରହିବେ ୧୫ ଜଣ ସଦସ୍ୟ । ଟ୍ରଷ୍ଟର ନାଁ ରହିଛି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର । ଭବ୍ୟ ମନ୍ଦିର ନିର୍ମାଣ ନେଇ ନିଷ୍ୱତି ନେବ ଏହି ଟ୍ରଷ୍ଟ । ସେପଟେ ସୁନି ୱାକଫ ବୋର୍ଡକୁ ୫ ଏକର ଜମି ଦିଆଯିବା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Advertisment

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ସରକାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାମ ମନ୍ଦିର ଟ୍ରଷ୍ଟ ନିର୍ମାଣ ପାଇଁ ଅନୁମତି ଦେଇଛି କେନ୍ଦ୍ର କ୍ୟାବିନେଟ । ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ନାମିତ ଟ୍ରଷ୍ଟ ଅଯୋଧ୍ୟାରେ ଶ୍ରୀରାମଙ୍କ ଜନ୍ମସ୍ଥଳୀରେ ମନ୍ଦିର ନିର୍ମାଣ ଏବଂ ଏହା ସହିତ ଜଡିତ ବିଷୟ ଉପରେ ନିଷ୍ପତି ନେବା ଲାଗି ସ୍ୱାଧୀନ ଭାବେ କାର୍ଯ୍ୟ କରିବ । ଏଥିରେ ୧୫ଜଣ ସଦସ୍ୟ ରହିବେ ।

publive-imageତିିନି ପ୍ରକାରର ଟ୍ରଷ୍ଟ କ୍ୟାଟେଗୋରୀ ରହୁଥିବା ବେଳେ ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ରିଲିଜିୟସ ବା ଧାର୍ମିକ ଟ୍ରଷ୍ଟ କ୍ୟାଟେଗୋରୀ ଅଧୀନରେ ରହିବ । ଧାର୍ମିକ ଟ୍ରଷ୍ଟ ଗୁଡିକର ମୁଖ୍ୟ କାମ ହେଉଛି ଧାର୍ମିକ କାର୍ଯ୍ୟ ଗୁଡିକୁ ଅଗ୍ରାଧିକାର ଦେବା ଓ ଧାର୍ମିକସ୍ଥଳର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଯୋଗାଇବା । ଆୟକର ଟିକସ ଧାରା ୧୨(ଏ) ଅଧିନରେ ଏହି ଟ୍ରଷ୍ଟ ଟିକସ ମୁକ୍ତ ହୋଇପାରିବ । ନିଜ ଧର୍ମକୁ ପ୍ରୋତ୍ସାହନ ଦେବା ସହ ନିଜ ଧର୍ମର ଅନ୍ୟ ମନ୍ଦିର ନିର୍ମାଣ କରିବା ଦିଗରେ ମଧ୍ୟ ଧାର୍ମିକ ଟ୍ରଷ୍ଟ କାମ କରିଥାଏ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ଟ୍ରଷ୍ଟ, ଧାର୍ମିକ ଟ୍ରଷ୍ଟ ଅଧିନରେ ଆସୁଥିବାରୁ ଏଥିପାଇଁ ଏକ ଟ୍ରଷ୍ଟ ବୋର୍ଡ ଗଠନ କରାଯିବ । ଏଥିରେ ୧୦ରୁ ୧୫ଜଣ ସଦସ୍ୟ ରହିବେ । ଏହି ସଦସ୍ୟ ମାନେ ମ୍ୟାନେଜମେଂଟ ବୋର୍ଡ ଗଠନ କରିବେ । ଏବଂ ଏହି ବୋର୍ଡର ସଦସ୍ୟମାନେ ହିଁ ମନ୍ଦିର ସମ୍ପର୍କିତ ସବୁ ନିଷ୍ପତି ନେବେ ।

ଏହି ଟ୍ରଷ୍ଟ ପାଇଁ ସାଧାରଣ ଜନତା ଟଙ୍କା ଦେବେ । ଏହାକୁ ଟ୍ରଷ୍ଟର ବ୍ୟାଙ୍କ ଆକାଉଂଟରେ ଜମା କରାଯିବ । ବୋର୍ଡର ଜଣେ ସଦସ୍ୟଙ୍କୁ ଆଇନଗତ ଅଧିକାର ବା ଲିଗାଲ ଏଂଟିଟି ଦିଆଯିବ । ବୋର୍ଡରେ କୌଣସି ଅନିୟମିତତା ହେଲେ ସେହି ବ୍ୟକ୍ତି ଜଣକ ଏଥିପାଇଁ ଦାୟୀ ହେବେ । ତେବେ କୌଣସି ଟ୍ରଷ୍ଟ ଗଠନ ହେଲେ ପ୍ରଥମେ ଏଥିପାଇଁ ନିୟମ କାନୁନ ସ୍ଥିର କରାଯାଏ । ପରେ ଟ୍ରଷ୍ଟ ଦ୍ୱାରା ମନୋନିତ କିଛି ବ୍ୟକ୍ତିଙ୍କୁ ଲିଗାଲ ଏଂଟିଟି ଦିଆଯାଇଥାଏ । ଏହାପରେ ବୋର୍ଡ ସଂକଳ୍ପ ପାରିତ କରି କୌଣସି ସଦସ୍ୟଙ୍କୁ ଏହି ଦାୟିତ୍ୱ ଦିଆଯାଇପାରେ ।