କନକ ବ୍ୟୁରୋ : ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଶେଷ ହୋଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉୱାଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଦେଶ ପରସ୍ପରକୁ ବିଭିନ୍ନ କ୍ଷେତ୍ରରେ ସହଭାଗିତା ନେଇ ଆଲୋଚନା କରିଛନ୍ତି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଲୁମ୍ବିନୀରେ ନେପାଳ ପ୍ରାଧନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏଥିରେ ଉଭୟ ନେତା ଅନେକ ପ୍ରସଙ୍ଗରେ ପରସ୍ପରକୁ ସହ ଯୋଗନେଇ ସହମତି ପ୍ରକାଶ କରିଛନ୍ତି । ଉଭୟ ଦେଶ ଜଳବିଦ୍ୟୁତ, ବିକାଶ ସହ ବିଭିନ୍ନ କ୍ଷେତ୍ରରେ ସହଭାଗିତା ନେଇ ଆଗକୁ ବଢିବେ ।

Advertisment


ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୁମ୍ବିନୀରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମୋଦି ଗସ୍ତ ପୂର୍ବରୁ କହିଥିଲେ, ନେପାଳ ସହ ଆମର ସମ୍ପର୍କ ଅଦ୍ୱିତୀୟ । ଭାରତ ନେପାଳ ମଧ୍ୟରେ ସ୍ୱଭାବଗତ ସମ୍ପର୍କ ସୁଦୃଢ ରହିଛି । ୨୦୧୪ ପରେ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହା ୫ମ ଗସ୍ତ । ମୋଦି ଉତ୍ତରପ୍ରଦେଶ କୁଶିନଗର ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନରେ ନେପାଳ ପହଞ୍ଚିଛନ୍ତି । ସନ୍ଧ୍ୟାରେ ସେ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି ।