ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଗୁପଚୁପ୍ ଖୁଆଇଲେ ମୋଦୀ : ୨ ଦିନିଆ ଭାରତ ଗସ୍ତ ବେଳେ ଫୁମିଓ କିଶିଦାଙ୍କୁ ବୁଦ୍ଧ ଜୟନ୍ତୀ ପାର୍କ ବୁଲାଇଲେ, ଆମ୍ବ ଲସି ପିଇବାକୁ ଦେଲେ ପ୍ରଧାନମନ୍ତ୍ରୀ

159

କନକ ବ୍ୟୁରୋ : ମୋଦୀଙ୍କ ସହ ପାର୍କ ବୁଲିଲେ, ଗୁପଚୁପ୍ ଖାଇଲେ ଜାପାନ ପ୍ରଧାନମନ୍ତ୍ରୀ । ବିଦେଶରୁ ଆସୁଥିବା ଅତିଥିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଅବଗତ କରାଇବାରେ କେବେ ଅବହେଳା କରିନଥାନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ବିଦେଶକୁ ଗଲେ ବି ସେଠାରେ ସେଠାରେ ମିଳୁଥିବା ଭାରତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଏବେ ବିଦେଶରୁ ଆସୁଥିବା ଅତିଥିମାନେ ମଧ୍ୟ ଭାରତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି ।

ଏବେ ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଗୁପଚୁପ୍, ଲସି ସହ ବିଭିନ୍ନ ପ୍ରକାରର ଭାରତୀୟ ଖାଦ୍ୟ ଖାଇଛନ୍ତିି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କ ଯାଇଥିବା ବେଳେ ସେଠାରେ ଗୁପଚୁପ୍ ସହ ଲସି ପଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦୀ ଫୁମିଓ କିସିଦାଙ୍କ ସହ ସହ ତାଙ୍କର ଏକ ଭିଡିଓ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଇନଷ୍ଟଗ୍ରାମ ଆକାଉଂଟରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଉଭୟ ଗୁପଚୁପ୍ ଖାଇ ଖୁସୀ ମନାଉଥିବା ଦେଖିବାକୁ ମିଳିଛ ।

ଫୁମିଓ କିସିଦା ଗୁପଚପ୍ ଖାଇବା ସମୟରେ ତାଙ୍କୁ ତାର ସ୍ୱାଦ ଭଲ ଲାଗିଥିଲା, ଯେଉଁଥିପାଇଁ ସେ ଆଉ କିଛି ଗୁପ୍ଚୁପ୍ ମାଗି ଖାଉଥିବା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ହସି ହସି ତାଙ୍କ ସହ କଥା ହେବା ସହ ବୁଦ୍ଧ ପାର୍କରେ ଗୁପଚୁପର ମଜା ନେଇଥିଲେ । ତେବେ ଏହାର ଭିିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ମୋ ସାଙ୍ଗ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଗୁପଚୁପ ସହ ଭାରତୀୟ ଖାଦ୍ୟର ମଜ୍ଜା ନେଉଛନ୍ତି ।