କନକ ବ୍ୟୁରୋ : ସଂସଦରେ ବିରୋଧୀମାନେ ବାରମ୍ବାର ହଟ୍ଟଗୋଳ କରିବାରୁ ଶୀତ ଅଧିବେଶନ ନିଷ୍ଫଳ ହୋଇଯାଇଛି । ଏହାର ପ୍ରତିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା ୧୨ ଏପ୍ରିଲକୁ ଦିନିକିଆ ଉପବାସ କରିବେ । ପିଏମ ମୋଦି ଓ ଅମିତ ଶାହା ସମେତ ବିଜେପିର ସମସ୍ତ ସାଂସ ମଧ୍ୟ ଉପବାସ ରହିବେ । ଦେଶରେ ଶାନ୍ତି ଏବଂ ସାଂପ୍ରଦାୟିକ ଶୃଙ୍ଖଳା ବଜାୟ ରଖିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନଶନ କରି ବିରୋଧ ପ୍ରଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏପରି ନିଷ୍ପତ୍ତି ନେଇଛନ୍ତି।
ବିଜେପିର ସମସ୍ତ ସାଂସଦ ୧୨ ଏପ୍ରିଲରେ ନିଜ ନିଜ ସଂସଦୀୟ ଅଂଚଳରେ ଉପବାସ ରଖିବେ । ସେହି ଦିନ ବିଜେପି ଅଧ୍ୟକ୍ଷ ଅମିତ ଶାହା କର୍ଣ୍ଣାଟକର ହୁବଲି ଠାରେ ଧାରଣା ଦେବେ । ଶାସନରେ ଥିବା ବିଜେପି ଓ ବିପକ୍ଷ ଦଳ କଂଗ୍ରେସ ସଂସଦରେ ଗତିରୋଧ କରିବାକୁ ନେଇ ପରସ୍ପରକୁ ଦୋଷ ଲଦାଲଦି ହେଉଛନ୍ତି । ବିଧାନସଭା କାର୍ଯ୍ୟ ସହିତ ସଂପର୍କିତ ଅନୁସନ୍ଧାନ ସଂସ୍ଥା ‘ପିଆରଏସ ଲେଜିସଲେଟିଭ ରିସର୍ଚ୍ଚ’ର ରିପୋର୍ଟ ଅନୁସାରେ ଗତ ୨୯ ଜାନୁୟାରୀରୁ ୬ ଏପ୍ରିଲ ପର୍ଯ୍ୟନ୍ତ ଦୁଇଟି ଚରଣରେ ଶେଷ ହୋଇଥିବା ବଜେଟ ଅଧିବେଶନରେ ଲୋକସଭାର ମାତ୍ର ୨୩ ପ୍ରତିଶତ ଓ ରାଜ୍ୟସଭାର ୨୮ ପ୍ରତିଶତ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇପାରିଥିଲା । ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ସାଂସଦମାନଙ୍କ ସହ ଏ ବିଷୟରେ କଥା ହୋଇଛନ୍ତି।
ଉଲ୍ଳେଖଯୋଗ୍ୟ, ପୂର୍ବରୁ ମୋଦି ଶୁକ୍ରବାର ଅଭିଯୋଗ ଆଣିଥିଲେ ଯେ ବିରୋଧୀମାନେ ବିଭାଜନ ରାଜନୀତିରେ ଲିପ୍ତ ଅଛନ୍ତି। ଏହାଛଡ଼ା ଘୋଷଣା କରିଥିଲେ କି ସଂସଦରେ ଉପୁଜୁଥିବା ବିଶୃଙ୍ଖଳାକୁ ବିରୋଧ କରିବା ପାଇଁ ଏପ୍ରିଲ୍ ୧୨ ତାରିଖରେ ବିଜେପି ସାଂସଦମାନେ ଏକ ଦିନିକିଆ ଉପବାସ କରିବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/222.jpg)
/kanak/media/post_attachments/wp-content/uploads/2018/04/Amit-Shah-PM-Modi-784x441-300x169.jpeg)
/kanak/media/post_attachments/wp-content/uploads/2018/04/Modi-PTI-300x160.jpg)