କନକ ବ୍ୟୁରୋ : ଆସନ୍ତା କାଲି ଅର୍ଥାତ ମଇ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ଗସ୍ତରେ ଯାଉଛନ୍ତି । ହେଲେ ଗସ୍ତ ପୂର୍ବରୁ ଆଜି ସେ ନେପାଳ ଓ ଭାରତର ସଂପର୍କକୁ ନେଇ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ଭାରତ  ସହ ନେପାଳର ଅଦ୍ୱିତୀୟ ସଂପର୍କ ରହିଛି । ଏହାସହ ପୂର୍ବ ମାସରେ ନେପାଳ ପ୍ରଧାନମନ୍ତ୍ରୀ ସେର ବାହାଦୁର ଦେଓବା ଭାରତ ଆସିଥିବା ଅବସରରେ ଯାହା ଉପରେ ଚର୍ଚ୍ଚା ହୋଇଥିଲା ସେହି ପ୍ରସଙ୍ଗକୁ ଆଗକୁ ବଢାଇବା ନେଇ ପ୍ରଧାନମନ୍ତ୍ରୀ ସଂକେତ ଦେଇଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି କି ଏହି ଗସ୍ତ ବେଳେ   ଉଭୟ ପକ୍ଷ ମଧ୍ୟରେ ଜଳବିଦ୍ୟୁତ, ବିକାଶ ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବିସ୍ତାର କରିବା ନେଇ ହୋଇଥିବା ଚୁକ୍ତିକୁ କିଭଳି ଆଗକୁ ବଢାଯାଇ ପାରିବ ତାହା ଉପରେ ବିଶେଷ ଭାବେ ଆଲୋଚନା କରାଯିବ ।

ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି କି ଭାରତ ଓ ନେପାଳ ମଧ୍ୟରେ ଥିବା ସଂପର୍କକୁ ଆହୁରି ମଜବୁତ କରିବାକୁ ସେ ଏହି ଗସ୍ତବେଳେ ଚେଷ୍ଟା କରିବେ । କହିରଖୁ କି ଆସନ୍ତା କାଲି ବୁଦ୍ଧ ପୂର୍ଣ୍ଣମୀ ଥିବାରୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନରେ ପହଂଚିବେ । ୨୦୧୪ ରେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ ନରେନ୍ଦ୍ର ମୋଦୀଙ୍କର ଏହା ପଞ୍ଚମ ନେପାଳ ଗସ୍ତ ।