କନକ ବ୍ୟୁରୋ: ଦୀର୍ଘ ୫ ବର୍ଷର ଶାସନ ଭିତରେ ଆଜି ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଅମିତ ଶାହା ମିଳିତ ଭାବେ ସାମ୍ବାଦିକ ସମ୍ମଳନୀ କରି- ୨୦୧୯ ନିର୍ବାଚନର ପ୍ରଚାର ଏବଂ ଫଳାଫଳ ଆକଳନ ସଂପର୍କରେ ସୂଚନା ଦେଇଥିଲେ ।

Advertisment

କିନ୍ତୁ ବଡ କଥା ହେଉଛି, ଯେତେବେଳେ ସାମ୍ବାଦିକମାନେ ମାନେ ମୋଦିଙ୍କୁ ପ୍ରଶ୍ନ କରୁଥିଲେ, ମୋଦିଙ୍କ ବଦଳରେ ଉତର ରଖୁଥିଲେ ଅମିତ ଶାହା । ଆଉ ଏଭଳି ଏକ ସାମ୍ବାଦିକ ସମ୍ମିଳନୀକୁ କଟାକ୍ଷ କରିବାକୁ ପଛାଇ ନାହାନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆଉ ଏସବୁ ଭିତରେ ଉଭୟ ମୋଦି ଏବଂ ଶାହା ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଫେରିବୁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।