ଜଳ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ । ମନ କୀ ବାତରେ ଦେଶବାସୀଙ୍କୁ ମୋଦି ଦେଲେ ପରାମର୍ଶ ।

75

କନକ ବ୍ୟୁରୋ : ଚଳିତ ବର୍ଷର ମୋଦିଙ୍କ ଦ୍ୱିତୀୟ ମନ କୀ ବାତ୍ କାର୍ଯ୍ୟକ୍ରମ । ମାସିକ ରେଡିଓ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରବାହ ପାଇଁ ଜଳ ସଂରକ୍ଷଣ କରନ୍ତୁ । ଜଳ ସଂରକ୍ଷଣ ପାଇଁ ସମସ୍ତଙ୍କ ପ୍ରୟାସ ଜରୁରୀ । ଜଳ ଆମର ଜୀବନ ଓ ଆସ୍ଥା । ବର୍ଷା ଜଳକୁ ନଷ୍ଟ ନକରି ତାହାର ସଠିକ ବ୍ୟବହାର କରାଯାଉ ।

କଳା, ସଂସ୍କୃତି ଓ ପର୍ଯ୍ୟଟନ ସଂପର୍କିତ ପ୍ରରଣାଦାୟୀ କାହାଣୀ କହିବା ପାଇଁ ଫେବ୍ରୁଆରୀ ୧୫ ତାରିଖରେ ଆହ୍ୱାନ କରିଥିଲେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଥିଲା । ଉଭୟ ଇଂରାଜୀ ଓ ହିନ୍ଦିରେ କଳା, ସଂସ୍କୃତି ଓ ପର୍ଯ୍ୟଟନ ସଂପର୍କିତ ପ୍ରେରଣାଦାୟୀ କାହାଣୀ ରେକର୍ଡ କରିବାକୁ କୁହାଯାଇଥିଲା ।

ଜାନୁଆରୀ ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିଥିଲେ । ତେବେ ଏହିଭଳି ଆହୁରି ଏକାଧିକ କାହାଣୀ ଶୁଣିବାକୁ ଆଗ୍ରହୀ ବୋଲି ମୋଦୀ କହିଥିଲେ । ତେଣୁ ଫେବ୍ରୁଆରୀ ୨୮ ଅର୍ଥାତ ଆଜିର ମନ କୀ ବାତରେ ଏହି ପ୍ରସଙ୍ଗରେ ଅଧିକ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।