କଣ କହିଲେ ବିରୋଧୀ ? କୃଷି ଆଇନ୍ ପ୍ରତ୍ୟାହାର ପ୍ରସଙ୍ଗରେ ଆରମ୍ଭ ହେଲା ବୟାନବାଜୀ

163

କନକ ବ୍ୟୁରୋ : ପ୍ରତ୍ୟାହାର ହେଲା ତିନି ନୂଆ କୃଷି ଆଇନ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଡ଼ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ଘୋଷଣା କରିବା ପରେ ଆରମ୍ଭ ହୋଇଯାଇଛି ବୟାନବାଜି ।
କଂଗ୍ରେସ ନେତା ପି-ଚିଦାମ୍ବରମ୍ ଟ୍ୱିଟ୍ କରି ଲେଖିଛନ୍ତି, ଆଗକୁ ନିର୍ବାଚନ ଆସୁଛି, ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର ଏପରି ନିସ୍ପତ୍ତି ନେଇଛନ୍ତି । କୃଷି ଆଇନ୍ ପ୍ରତ୍ୟାହାର ହେବା କୃଷକ ଭାଇ ଏବଂ କଂଗ୍ରେସ ପାର୍ଟି ପାଇଁ ଏକ ବଡ ବିଜୟ, ଯେଉଁମାନେ କି ଏହି ଆଇନକୁ ପୂର୍ବରୁ ବିରୋଧ କରିଆସୁଥିଲେ ।
ସେହିଭଳି ଆପ ସାଂସଦ ସଞ୍ଜୟ ସିଂ କହିଛନ୍ତି, ଏହା ମୋଦିଙ୍କ ଅନ୍ୟାୟ ଉପରେ କୃଷକ ଆନ୍ଦୋଳନର ଏକ ବଡ ବିଜୟ । ଦେଶର ଅନ୍ନଦାତାଙ୍କ ଉପରେ ପ୍ରାୟ ଏକ ବର୍ଷ ହେବ ଘୋର ଅନ୍ୟାୟ ହୋଇଛି । ଏହାସହ ସଂଜୟ ସିଂ ମୋଦିଙ୍କୁ ପ୍ରଶ୍ନ କରି ପଚାରିଛନ୍ତି, ଅନ୍ନଦାତାଙ୍କୁ ଆତଙ୍କବାଦୀ କହିବା ପ୍ରସଙ୍ଗରେ କାହିଁକି ଚୁପ୍ ଅଛନ୍ତି ମୋଦି ?
କଂଗ୍ରେସର ପୂର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ଦେଶର ଅନ୍ନଦାତା ଆନ୍ଦୋଳନ ମାଧ୍ୟମରେ ଅହଂକାର ମୁଣ୍ଡ ତଳକୁ ନୁଆଇଁଛନ୍ତି । ଅନ୍ୟାୟ ବିରୋଧରେ ହୋଇଥିବା ଏହି ବିଜୟକୁ ସ୍ୱାଗତ କରୁଛି କଂଗ୍ରେସ ।
କୃଷି ଆଇନ୍ ପ୍ରତ୍ୟାହାର ନେଇ କଂଗ୍ରେସ ନେତା ନବଜୋତ୍ ସିଂ ସିଦ୍ଧୁ ବି ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କୃଷକ ଆନ୍ଦୋଳନକୁ ଏକ ଐତିହାସିକ ସଫଳତା ମିଛିଛି ।