କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ’ର ୧୦୬ ତମ ଏପସୋଡ ମାଧ୍ୟମରେ ଲୋକମାନଙ୍କୁ ଲୋକାଲ ଜିନିଷ କଣିବାକୁ ଅନୁରୋଧ କରିଛନ୍ତି । ଏହି କ୍ରମରେ ସେ କହିଛନ୍ତି କି ଅକ୍ଟୋବର ୩୧ ତାରିଖ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଏକ ରାଷ୍ଟ୍ରବ୍ୟାପୀ ବଡ ସଂଗଠନ ଲଂଚ ହେବାକୁ ଯାଉଛି । ଏହି ସଂଗଠନର ନାମ ରହିଛି ମେରା ଯୁବା ଭାରତ । ଏହି ସଂଗଠନ ଦେଶର ଯୁବକମାନଙ୍କୁ ରାଷ୍ଟ୍ରନିର୍ମାଣର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିବ ।
କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ କହିଛନ୍ତି କି ନଭେମ୍ବର ୧୫ ତାରିଖରେ ସାରା ଦେଶରେ ଜନଜାତୀୟ ଗୌରବ ଦିବସର ଆୟୋଜନ କରାଯିବ । ଏହିଦିନ ବିର୍ଷା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ।
ସେ କହିଛନ୍ତି, ଅକ୍ଟୋବର ୩୧ ହେଉଛି ସର୍ଦାର୍ ସାହେବଙ୍କ ଜନ୍ମବାର୍ଷିକୀ। ଦେଶ ଏହାକୁ ‘ଏକତା ଦିବସ’ ଭାବେ ପାଳନ କରେ। ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ‘ଏକତା ପାଇଁ ଦୌଡ଼’ କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି । ଆପଣମାନେ ମଧ୍ୟ ଅକ୍ଟୋବର ୩୧ରେ ‘ଏକତା ପାଇଁ ଦୌଡ଼’ କାର୍ୟ୍ୟକ୍ରମ ଆୟୋଜନ କରନ୍ତୁ।
ପ୍ରଧାନମନ୍ତ୍ରୀ କହିଲେ, ସମଗ୍ର ଦେଶରେ ମହୋତ୍ସବ ଲାଗିଥିବା ବେଁଳେ ‘ମନ୍ କୀ ବାତ୍’ର ଏହି ସଂସ୍କରଣ ପ୍ରସାରିତ ହେଉଛି। ଆଗାମୀ ପର୍ବପର୍ବାଣି ନିମନ୍ତେ ସମସ୍ତଙ୍କୁ ଅଭିନନ୍ଦନ। ପର୍ବପର୍ବାଣି ସମୟରେ ‘ଭୋକାଲ୍ ଫର୍ ଲୋକାଲ୍’ ଉପରେ ପ୍ରାଧାନ୍ୟ ଦେଇ ‘ଆତ୍ମନିର୍ଭର ଭାରତ’ର ଅଭିଳାଷ ସାକାର କରନ୍ତୁ। ସ୍ଥାନୀୟ ସାମଗ୍ରୀ କିଣିବା ଲାଗି ପର୍ୟ୍ୟଟକମାନଙ୍କୁ ଉତ୍ସାହିତ କରୁଛି। ବନ୍ଧୁଗଣ, ଆଜି ମୁଁ ଗୋଟାଏ ଅନୁରୋଧ ଅତ୍ୟନ୍ତ ଗରୁତ୍ବସହକାରେ ପୁନଃରାବୃତ୍ତି କରୁଛି। ବୁଲାବୁଲି କରିବାକୁ ଯାଆନ୍ତୁ କି, ତୀର୍ଥ କରି ଯାଆନ୍ତୁ, ସ୍ଥାନୀୟ କାରିଗରଙ୍କଦ୍ବାରା ଉତ୍ପାଦିତ ସାମଗ୍ରୀ ଖରିଦ କରନ୍ତୁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/Untitled-1-9.jpg)