କରୋନା ନେଇ ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀଙ୍କ ଭିଡିଓ: ଦେଶରେ ଆର୍ଥିକ ଜରୁରୀକାଳୀନ ସ୍ଥିତି ଉପୁଜିବା ନେଇ ମୋଦି କରୁଛନ୍ତି ଇସାରା

ମୁକାବିଲା ପାଇଁ ବର୍ତ୍ତର୍ମାନ ତାଲାବନ୍ଦ ନଉଠାଇବାକୁ ଦେଉଛନ୍ତି ମତ

1,870

କନକ ବ୍ୟୁରୋ: ଭାଇରାଲ ହେଉଛି କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ । ଏହି ଭିଡିଓରେ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଏବେ ଆର୍ଥିକ ଜରୁରୀସ୍ଥିତି ପରି ଅବସ୍ଥା ଆସିଥିବା କହୁଥିବା ଦେଖିବାକୁ ମିଳିଛି । ଏଥିପାଇଁ ସମସ୍ତେ ସଜାଗ ହେବା ଆବଶ୍ୟକ । ଏପ୍ରିଲ ୧୪ ତାରିଖ ପରେ ଦେଶରେ ଲକଡାଉନକୁ ହଠାତ୍ ବୃଦ୍ଧି ନକରି ସ୍ଥିତିକୁ ଦେଖି ବିଭିନ୍ନ ରାଜ୍ୟ ପର୍ଯ୍ୟାୟ କ୍ରମେ ଏହାକୁ ଉଠାଇବା ସଠିକ୍ ହେବ । ବିଶେଷଜ୍ଞଙ୍କ ସହିତ କଥା ହେବା ପରେ ମୋଦି ଏପରି ଚିନ୍ତା କରୁଥିବା କହିଛନ୍ତି । କାରଣ କରୋନାକୁ ମୁକାବିଲା କରିବାକୁ ହେଲେ ସାମାଜିକ ଦୂରତା ରକ୍ଷା କରିବା ନିହାତି ଆବଶ୍ୟକ ।

ଦେଶରେ ଲକଡାଉନ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ନିୟମ ଆସିବ ଆବଶ୍ୟକ ବୋଲି ମୋଦି ମତ ରଖୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂର ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଜାତୀୟ ଗଣମାଧ୍ୟମରେ ମୋଦିଙ୍କ ଏହି ଭିଡିଓକୁ ନେଇ ଚର୍ଚା ଜୋର ଧରିଛି । ଭାରତରେ ଗତ ମାର୍ଚ ୨୫ ତାରିଖରୁ କୋଭିଡ ୧୯ ଭୂତାଣୁ ଚେନ୍ ଭଂଗ କରିବାକୁ ଲାଗୁ ହୋଇଛି ୨୧ ଦିନିଆ ତାଲାବନ୍ଦ ।