କନକ ବ୍ୟୁରୋ: ତାମିଲନାଡୁର କୋଏମ୍ବଟୁର ପ୍ରଶାସନ ବିଜେପିକୁ ସେଠାରେ ରୋଡ ଶୋ’ ପାଇଁ ଅନୁମତି ଦେଇନାହିଁ । ଲୋକସଭା ନିର୍ବାଚନ ପାଇଁ ବିଜେପି କୋଏମ୍ବଟୁର ସିଟି ପୋଲିସକୁ ୧୮ ମାର୍ଚ୍ଚକୁ ମୋଦୀଙ୍କ ୩.୬ କିଲୋମିଟର ରୋଡ ଶୋ’ ପାଇଁ ଅନୁମତି ମାଗିଥିଲା । ହେଲେ ପୋଲିସ ପ୍ରଶାସନ ବିଭିନ୍ନ କାରଣ ଦର୍ଶାଇ ଏହାକୁ ଅନୁମତି ଦେଇନାହିଁ ।

Advertisment

ସୂଚନା ଅନୁସାରେ କୋଏମ୍ବଟୁର ପୋଲିସ ଏହି ରୋଡକୁ ଅନୁମତି ନଦେବାକୁ ଯାଇ ୪ ଗୋଟି ପ୍ରମୁଖ କାରଣ ଦର୍ଶାଇଥିଲା –

୧-ସୁରକ୍ଷାରେ ବିପଦ 

୨-କୋଏମ୍ବଟୁରର ସମ୍ପ୍ରାଦାୟିକ ଇତିହାସ 

୩- ସାଧାରଣ ଲୋକଙ୍କୁ ହେବାକୁ ଥିବା ଅସୁବିଧା 

୪-ରୋଡ ଶୋ’ ଯୋଗୁଁ ସ୍କୁଲ ପିଲାଙ୍କୁ ହେବାକୁ ଥିବା ଅସୁବିଧା 

ବିଜେପିର ପ୍ରସ୍ତାବିତ ରୋଡ ଶୋ’ ଆରଏସ ପୁରମରେ ଶେଷ ହେବ । ଆରଏସ ପୁରମ ସେହି ସ୍ଥାନ ଯେଉଁ ସ୍ଥାନରେ ସିଲସିଲେବାର ବିସ୍ଫୋରଣ ହୋଇଥିଲା । ଏହି ଘଟଣା ପାଇଁ ପ୍ରଶାସନ ସେହି ସ୍ଥାନରେ କୌଣସି ରାଜନୈତିକ ଦଳକୁ ରୋଡ ଶୋ ପାଇଁ ଅନୁମତି ଦେଇନାହିଁ ।