ଭାରତରେ ନିବେଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ : ମୋଦୀ କହିଲେ ଆତ୍ମନିର୍ଭର ଅଭିଯାନକୁ ଜୋରଦାର କରିଛି ଦେଶ; ୟୁନିକର୍ନ କଂପାନୀ ତାଲିକାରେ ବିଶ୍ୱରେ ତୃତୀୟ

ସରଳ ହୋଇଛି ଟିକସ ବ୍ୟବସ୍ଥା, ଆଗାମୀ ୨୫ ବର୍ଷ ପାଇଁ ପ୍ରସ୍ତୁତ ହେଉଛି ପଲିସି

111

କନକ ବ୍ୟୁରୋ : ୱାର୍ଲ୍ଡ ଇକୋନମିକ ଫୋରମକୁ ଭର୍ଚୁଆଲ ମୋଡରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେମନ୍ଦ୍ର ମୋଦୀ କହିଛନ୍ତି, ନିବେଶକଙ୍କ ପାଇଁ ଭାରତ ଏବେ ପ୍ରମୁଖ ସ୍ଥାନ ହୋଇଛି । ଗତ ୭ ବର୍ଷ ହେଲା ଭାରତରେ ବିଭିନ୍ନ ସଂସ୍କାର ଆସିଛି । ଭବିଷ୍ୟତକୁ ଆଖି ଆଗରେ ରଖି ବ୍ୟବସାୟକୁ ସହଜ କରିବା ପାଇଁ ଅନେକ ପଲିସୀ କରାଯାଇଛି । ଟିକସ ବ୍ୟବସ୍ଥାକୁ ସରଳ କରାଯାଇଛି । ୫ ଦିନିଆ ଡାଭୋସ୍ ଏଜେଣ୍ଡା ସମିଟରେ ମୋଦୀ କହିଛନ୍ତି, ନିବେଶ ପାଇଁ ଭାରତ ହେଉଛି ପ୍ରକୃଷ୍ଟ କ୍ଷେତ୍ର । ଏଠାରେ ଟେକ୍ନୋଲଜି, ଟେମ୍ପେରାମେଂଟ ଓ ଟ୍ୟାଲେଟ୍ ରହିଛି ।

ସେ କହିଛନ୍ତି, ‘ୱାନ୍ ଏର୍ଥ, ୱାନ୍ ହେଲ୍ଥ‘ ତତ୍ୱରେ ଭାରତ ବିଶ୍ୱାସ କରେ । ମହାମାରୀ ସମୟରେ ଅନେକ ଦେଶକୁ ଔଷଧ ଓ ଟିକା ଦେଇ କୋଟି କୋଟି ଲୋକଙ୍କ ଜୀବନ ବଂଚାଉଛି । ଭାରତ ଦୁନିଆର ସବୁଠୁ ବଡ଼ ଔଷଧ ତିଆରି କରୁଥିବା ରାଷ୍ଟ୍ର । ସାରା ବିଶ୍ୱରେ ରେକର୍ଡ ସଂଖ୍ୟାରେ ଭାରତୀୟ ସଫ୍ଟୱେୟାର ଇଂଜିନିୟର କାର୍ଯ୍ୟ କରୁଛନ୍ତି । ବିଶ୍ୱର ତିନି ନମ୍ବର ରାଷ୍ଟ୍ର ଭାବେ ଭାରତରେ ୟୁନିକର୍ନ କଂପାନୀ ସୃଷ୍ଟି ହୋଇଛି । କେବଳ ଗୋଟିଏ ବର୍ଷ ମଧ୍ୟରେ ୪୦ ୟୁନିକର୍ନ କଂପାନୀ ହୋଇଛି । ଗତ ୬ ମାସ ମଧ୍ୟରେ ୧୦ ହଜାରରୁ ଅଧିକ ଷ୍ଟାଟଅପ୍ କଂପାନୀ ପଂଜିକୃତ ହୋଇଛନ୍ତି ।

ଏହି ସଂଖ୍ୟା ୬୦ ହଜାର ଟପିଯାଇଛି । ଆତ୍ମନିର୍ଭର ଭାରତ ଅଭିଯାନ ଜୋରଦାର ହୋଇଛି । ଭାରତୀୟମାନଙ୍କ ମଧ୍ୟରେ ଇନୋଭସେନ୍ ଓ ଟେକ୍ନୋଲଜିକୁ ଗ୍ରହଣ କରିବାର କ୍ଷମତା ରହିଛି । ବର୍ତମାନ ସହ ଆଗାମୀ ୨୫ ବର୍ଷ ପାଇଁ ନୀତି ନିର୍ଦ୍ଧାରଣ କରୁଛି । ବିଶ୍ୱର ସୁରକ୍ଷିତ ଓ ସଫଳ ଡିଜିିଟାଲ ପେମେଂଟ ପ୍ଲାଟଫର୍ମ ବନାଇ ପାରିଛି । ୟୁପିଆଇ ଜରିଆରେ ଗତ ମାସରେ ୪୪୦ କୋଟି କାରବାର ହୋଇଛି ।