କନକ ବ୍ୟୁରୋ : ଯୁଦ୍ଧକାଳୀନ ଭିତିରେ ଚାଲିଛି ଇତ୍ତରକାଶୀ ସିଲକ୍ୟାରା ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାମ । ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା କାମ ୧୬ ଦିନରେ ପହଁଚିଲାଣି । ଏବେ ବି ସୁଡଙ୍ଗରୁ ଉଦ୍ଧାର ହୋଇ ପାରି ନାହାଁନ୍ତି । ସେପଟେ ଅର୍ଗର୍ ମେସିନ୍ ଭାଙ୍ଗିବା ପରେ ଏବେ ଭର୍ଟିକାଲ ବା ଭୂଲମ୍ବ ଖନନ ପ୍ରକ୍ରିୟା ଜାରି ରହିଛି । ବର୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ପାହାଡର ଉପର ପଟୁ ଖନନ କାମ ଦୃତ ବେଗରେ ଆଗେଇ ଚାଲିଛି । ପାଖାପାଖି ୯୦ ମିଟର ଖୋଳିବା ପରେ ଶ୍ରମିକଙ୍କ ପାଖରେ ପହଁଚିବା ସମ୍ଭବ ହେବ । ଆଉ ଏବେ ସୁଦ୍ଧା ୩୦ ମିଟର ପର୍ଯ୍ୟନ୍ତ ଖନନ କରା ସରିଛି । ଯୁଦ୍ଧକାଳୀନ ଭିତିରେ ଖନନ ପ୍ରକ୍ରିୟା ଜାରି ରହିଛି । ଯଦି ଏହି ଭଳି ଭାବେ କାମ ଜାରି ରହେ, ତାହାଲେ ଆସନ୍ତା ୩୦ ତାରିଖ ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିବ ବୋଲି କହିଛନ୍ତି ଏନଏଚଆଇଡିସିଏଲ ନିର୍ଦ୍ଦେଶକ ମେହମୁଦ୍ଦ ଅହମଦ୍ ।

Advertisment

ସେପଟେ ଉତ୍ତରକାଶୀ ସିଲକ୍ୟାରା ଟନେଲରେ ଉଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ପହଁଚିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର । ଟନେଲ ନିକଟରେ ପହଁଛି ଫସିରହିଥିବା ଶ୍ରମିକଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି । । କିଭଳି ଅଛନ୍ତି, ଶ୍ରମିକମାନେ ସେମାନଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା କିଛି ଉପୁଜିଛି କି ନାହିଁ, ସେନେଇ ପଚାରି ବୁଝିଛନ୍ତି ପି.କେ ମିଶ୍ର । ଏହାସହ କିଭଳି ଉଦ୍ଧାର କାମ ଚାଲିଛି, ସେକଥା ମଧ୍ୟ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ।