କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ହିତ ସକାଶେ ସବୁ କାମ ସ୍ୱୟଂ କରନ୍ତି ନା ତାଙ୍କ ସଫଳତା ପଛରେ ରହିଛି କାହାର ହାତ? ଏଭଳି ପ୍ରଶ୍ନ ପବ୍ଲିକ୍ ପ୍ଲେସରେ ବାରମ୍ବାର ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥାଏ । ତେବେ ଆମେ ଆଜି ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ । ସିନେମାରେ ଯେଭଳି ପରଦାରେ ଅଭିନେତା,ଅଭିନେତ୍ରୀଙ୍କ ନିଚ୍ଛକ ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । କିନ୍ତୁ ପରଦା ପଛରେ ଅନେକ ଲୋକଙ୍କ ଅବଦାନ ସିନେମାକୁ ପ୍ରସ୍ତୁତ କରିବାରେ ଥାଏ ଠିକ୍ ସେହିଭଳି ରାଜନୀତିରେ ମଧ୍ୟ ଦେଶର ପ୍ରଧାନଙ୍କ କାର୍ଯ୍ୟକୁ ଜନହୀତକାରୀ କରିବା ପାଇଁ କିଛି ପ୍ରଚ୍ଛଦପଟ ବିଜ୍ଞ ଲୋକଙ୍କୁ ପ୍ରଧାନମନ୍ତ୍ରୀ ସହାୟତା ସକାଶେ ଆପୋଏଣ୍ଟ କରିଥାନ୍ତି । ନରେନ୍ଦ୍ର ମୋଦି ମଧ୍ୟ ଏହିଭଳି ବଛା ବଛା ୯ ଜଣ ବିଜ୍ଞ ଏବଂ କୁଟନୀତିରେ ପ୍ରବୀଣ ବ୍ୟକ୍ତିବିଶେଷଙ୍କୁ ନିଜ ଚାରିପାଖେ ରଖିଛନ୍ତି । ତେବେ ଏହି ବ୍ୟକ୍ତିଙ୍କୁ ଆପଣ ନେତା ନୁହଁ ବରଂ ଉଚ୍ଚଶ୍ରେଣୀ ଅଫିସର କହିପାରିବେ । ଆସନ୍ତୁ ନମୋଙ୍କ ଏହି ୯ ଶକ୍ତି ବିଷୟରେ ଜାଣିବା ।
Kanak News is now on WhatsApp
Join and get latest news updates delivered to you via WhatsApp
୧. ଅଜିତ୍ ଡୋଭାଲ୍ (ନ୍ୟାସନାଲ୍ ସିକ୍ୟୁରିଟି ଆଡଭାଇଜର୍)
ପାକିସ୍ଥାନରେ ହୋଇଥିବା ସର୍ଜିକାଲ୍ ଷ୍ଟ୍ରାକ୍ର ମାଷ୍ଟରମାଇଣ୍ଡ ହେଉଛନ୍ତି ଅଜିତ୍ ଡୋଭାଲ୍ । କୁହାଯାଏ ନମୋଙ୍କ ପ୍ରତିଟି ସିକ୍ୟୁରିଟୀ ମାମଲାର ଉତ୍ତର ହେଉଛନ୍ତି ଡୋଭାଲ୍ ।ର’,ଇଣ୍ଟେଲିଜେନସ୍ ବ୍ୟୁରୋ ଏବଂ ନ୍ୟାସନାଲ୍ ଟେକ୍ନିକାଲ୍ ରିସର୍ଚ୍ଚ ଅର୍ଗନାଇଜେସନ୍ ଏହି ତିନି ବିଭାଗର ମଙ୍ଗ ରହିଛି ଡୋଭାଲଙ୍କ ହାତରେ । ଇନୋଭେଟିଭ୍ ଆଇଡିଆ ସହ ସେ ପ୍ରତିକ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଇଁ ଆଗଭର ରହିଥାନ୍ତି ।
୨. ନୁପେନ୍ଦ୍ର ମିଶ୍ରା (ପିଏମଙ୍କ ପ୍ରିନ୍ସିପାଲ୍ ସେକ୍ରେଟାରୀ)
ପିଏମଙ୍କ ଭିଜନକୁ ନୁପେନ୍ଦ୍ର ଜନତାଙ୍କ ମଧ୍ୟରେ ପହଞ୍ଚାଇଥାନ୍ତି । ନୁପେନ୍ଦ୍ରଙ୍କୁ ନିଜ ୯ ଶକ୍ତିରେ ସାମିଲ୍ କରିବା ପାଇଁ ମୋଦିଙ୍କୁ ଅନେକ ନିୟମ ପରିବର୍ତ୍ତନ କରିବାକୁ ପଡିଥିଲା । ୨୦୧୪ ସରକାର ଆରମ୍ଭ କରିବାର ପ୍ରଥମ ଅବସ୍ଥାରେ ନୁପେନ୍ଦ୍ରଙ୍କୁ ଅଣାଯାଇଥିଲା । ରବିବାର ତଥା ଛୁଟିଦିନମାନଙ୍କରେ ମଧ୍ୟ କାମ କରିବାକୁ ପସନ୍ଦ କରନ୍ତି ଏବଂ ଶୀଘ୍ରକାମକୁ ମଧ୍ୟ ପ୍ରୋତ୍ସାହନ ଦିଅନ୍ତି ।
୩. ପି.କେ ମିଶ୍ରା (ପିଏମଙ୍କ ଆଡିସନାଲ୍ ପ୍ରିନ୍ସିପାଲ୍ ସେକ୍ରେଟାରୀ)
କେଉଁ କେଉଁ ସଦସ୍ୟ ପିଏମଓ ଏବଂ ପିଏସୟୁର ପାଇଁ ଉପଯୁକ୍ତ ଏହା ବିଷୟରେ ପି.କେ ମିଶ୍ରା ଅଧିକ ଧ୍ୟାନ ଦେଇଥାନ୍ତି । ଯେତେବେଳେ ମୋଦି ୨୦୦୧ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେ ପ୍ରିନ୍ସିପାଲ୍ ସେକ୍ରେଟାରୀ ଥିଲେ ।
୪ . ପ୍ରଦୀପ କୁମାର ସିହ୍ନା (କ୍ୟାବିନେଟ୍ ସେକ୍ରେଟାରୀ)
ଜିଏସଟି ଆଇନ୍ ପ୍ରସ୍ତୁତ କରିବାରେ ସିହ୍ନାଙ୍କର ବହୁତ ବଡ ହାତ ଥିଲା । ସେ ସମସ୍ତଙ୍କୁ ଜିଏସଟି ବିଷୟରେ ବୁଝାଇବାର ମଧ୍ୟ ଦାୟିତ୍ୱ ନେଇଥିଲେ । ଉର୍ଜିତ୍ ପଟ୍ଟେଲଙ୍କୁ ଗଭର୍ଣ୍ଣର କରିବାର ଡିସିସନ୍ ମଧ୍ୟ ସେ ନିଜେ ନେଇଥିଲେ ।
୫ . ଶକ୍ତିକାନ୍ତ ଦାସ (ଇକୋନୋମିକ୍ ଆଫାୟାର୍ ଅଫିସର)
ଭାରତକୁ ବିଦେଶରେ ରିପ୍ରେଜେଣ୍ଟ କରୁଥିବା ଅଫିସର ହେଉଛନ୍ତି ଶକ୍ତିକାନ୍ତ ଦାସ । ମୁଦ୍ରା ବିମୁଦ୍ରୀକରଣ,ଏଫଡିଆଇ ଏବଂ ଟ୍ୟାକ୍ସ ସହ ଜଡିତ ଥିବା ଆଇନରେ ପରିବର୍ତ୍ତନ କରିବା ଦାୟିତ୍ୱରେ ସେ ଖୁବ୍ ଭଲ ପ୍ରଦର୍ଶନ କରନ୍ତି ।
୬ . ଏସ୍.ଜୟଶଙ୍କର (ବୈଦେଶିକ ସେକ୍ରେଟାରୀ)
ୱାସିଙ୍ଗଟନ୍ ,ବେଜିଙ୍ଗ ଏବଂ ମସ୍କୋରେ କାମ ସକାଶେ ସେ ଅଧିକ ସମୟ ବିତାଇଥାନ୍ତି । ତାଙ୍କୁ ମୋଦିଙ୍କ ଫରେନ୍ ପଲିସିର ଡାହାଣ ହାତ ବୋଲି କୁହାଯାଏ । ଜାନୁୟାରୀ ୨୮ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ନିଜ କାମରେ ନିଚ୍ଛକତା ଦେଖି ତାଙ୍କ କାର୍ଯ୍ୟକାଳକୁ ଆଗକୁ ବଢାଇ ଦିଆଯାଇଥିଲା ।
୭ . ଅମିତାଭ କାନ୍ତ (ସିଇଓ,ନୀତି ଆୟୋଗ)
ଦିଲ୍ଲୀ ରାଜନୀତି ଏବଂ ସମାଜର ବଡ କାମରେ ଅମିତାଭଙ୍କ ନାଁ ରହିଛି । ଭୀମ୍ ଆପକୁ ଲଞ୍ଚ୍ କରିବାରେ ଅମିତାଭ ପ୍ରମୁଖ ଭୁମିକା ନିଭାଇଥିଲେ ।
୮. ହଂସମୁଖ ଆଧିୟା (ରେଭେନ୍ୟୁ ସେକ୍ରେଟାରୀ)
ମୁଦ୍ରା ବିମୁଦ୍ରୀକରଣ ସମୟରେ ମୋଦିଙ୍କ ସହ ଆଧିୟାଙ୍କୁ ହିଁ ପ୍ରତିଟି କଥାର ବିବରଣୀ ରହିଥିଲା । ଟ୍ୟାକ୍ସରେ ଜଡିତ ଥିବା ରିଫର୍ମ କରିବା ଦାୟିତ୍ୱ ଆଧିୟାଙ୍କ ହାତରେ ନ୍ୟସ୍ତ ଅଛି ।
୯. ଭାଷ୍କର ଖୁଲୱେ (ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟାରୀ)
ସଚ୍ଚୋଟ ଏବଂ କାମରେ ମାହିର୍ ଥିବା ବ୍ୟକ୍ତିବିଶେଷଙ୍କୁ ଭାଷ୍କର ଆପୋଏଣ୍ଟ୍ କରିଥାନ୍ତି ।