୩ଶହ କୋଟିରୁ ଅଧିକ ଟଙ୍କା ଜବତ ମାମଲାରେ ରାଜନୀତି ଜୋରଦାର । ଚର୍ଚ୍ଚାରେ ମୋଦୀଙ୍କ ପୋଷ୍ଟ । କହିଲେ ଲୋକଙ୍କ ପାଖକୁ ଫେରିବ ଟଙ୍କା  । 

3,908

କନକ ବ୍ୟୁରୋ: ଚାରି ଦିନ ହେଲା ବିଭିନ୍ନ ସ୍ଥାନରେ ଚଢ଼ାଉରେ ଜବତ ହୋଇଛି ୩ଶହରୁ ଅଧିକ ଟଙ୍କା । ପ୍ରଶ୍ନ ଉଠୁଛି, ତା ପଛର ଚେହେରା କିଏ? ଯଦିଓ ମଦ ବ୍ୟବସାୟୀ ତଥା ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁ ଆୟକର ଫାଙ୍କି ଜମା କରିଥିବା ଏହି ଟଙ୍କା ବୋଲି କୁହାଯାଉଛି । ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଏତେ ଟଙ୍କା ଜବତ ପରେ ରାଜନୀତି ତେଜିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଲୁଟ୍ ଟଙ୍କାର ଗୋଟିଏ ଗୋଟିଏ ପଇସା ସୁଝିବାକୁ ପଡ଼ିବ । କଂଗ୍ରେସକୁ ଟାର୍ଗେଟକୁ କରି  ମୋଦୀ ଲେଖିଛନ୍ତି, ଦେଶବାସୀ ଏହି ଟଙ୍କା ପାହାଡ଼କୁ ଦେଖନ୍ତୁ ଏବଂ ଏମାନଙ୍କ ନେତାଙ୍କ ସଚ୍ଚୋଟତାର ଭାଷଣକୁ ମଧ୍ୟ ଶୁଣନ୍ତୁ । ଜନତାଙ୍କ ଠାରୁ ଯେତେ ଟଙ୍କା ଲୁଟ୍ ହୋଇଛି ତାର ପ୍ରତିଟି ପଇସା ଫେରାଇବାକୁ ହେବ । ଏହା ମୋଦୀଙ୍କ ଗ୍ୟାରେଂଟି ।

ମୋଦୀଙ୍କ ଏହି ପୋଷ୍ଟ ପରେ ବିଜେପି ମଧ୍ୟ ମୋଦୀଙ୍କ ଗ୍ୟାରେିଂଟି କଥା କହି ଲୋକଙ୍କ ଟଙ୍କା ଫେରିବ ବୋଲି କହିଛି । ତେବେ ଜବତ ହୋଇଥିବା ଟଙ୍କା ଲୋକଙ୍କ ପାଖକୁ କେମିତି ଫେରିବ, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । କାରଣ ଜବତ ହୋଇଥିବା ଟଙ୍କା ଆଇନ ଅନୁସାରେ ଆୟକର ବିଭାଗ, ଆରବିଆଇ ଭଳି ସଂସ୍ଥା ଅଧୀନରେ ରହିବ । ତେଣୁ ଏହି ଟଙ୍କା ଲୋକ କେମିତି ପାଇବେ ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି ।