କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଠାଇଥିବା ଏକ ଫଟୋ ଏବେ ଦେଶବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଏହି ଫଟୋଟି ୨୦୧୭ରେ ସୋସିଆଲ୍ ମିଡିଆରେ ସର୍ବାଧିକ ଲୋକପ୍ରିୟ ଫଟୋର ମାନ୍ୟତା ପାଇଛି।

Advertisment

publive-image

୨୦୧୭ ଏପ୍ରିଲ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଥିଲେ । ଏହି ଅବସରରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଯିବା ସମୟରେ ମନ୍ଦିର ପରିସରରେ ଏକ ଫଟୋ ଉଠାଇଥିଲେ। ଏହି ଫଟୋକୁ ପିଏମଓ ଇଣ୍ଡିଆ ଟ୍ଵିଟରରେ ପୋଷ୍ଟ କରାଯିବା ସହ ଏଥିରେ ପ୍ରଧାନମନ୍ତ୍ରୀ ଲେଖିଥିଲେ, ‘ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିରରେ ପ୍ରାର୍ଥନା କଲି । ମନ୍ଦିରର ଚମତ୍କାର କାରୁକାର୍ଯ୍ୟ ମନ ଭିତରେ ଏକ ଅଲିଭା ଛାପ ଛାଡ଼ିଦେଲା।’ ପିଏମଓ ଇଣ୍ଡିଆ ଟ୍ଵିଟରର ଏହି ଫଟୋଟି ୨୦୧୭ରେ କୌଣସି ରାଜନୈତିକ ନେତାଙ୍କ ଦ୍ୱାରା ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଥିବା ଫଟୋ ମଧ୍ୟରେ ‘ସର୍ବାଧିକ ଲୋକପ୍ରିୟ ଫଟୋ’ର ମାନ୍ୟତା ପାଇଥିବା ନେଇ ସୂଚନା ମିଳିଛି।

publive-image

ଉଲ୍ଲେଖ ଥାଉ କି, କିଛିଦିନ ତଳେ ମୋଦିଙ୍କର ଜଣେ ବରିଷ୍ଠ ମନ୍ତ୍ରୀ ନିୟମ ଭାଙ୍ଗି ଚର୍ଚ୍ଚାକୁ ଆସିଥିଲେ । ଲିଙ୍ଗରାଜ ମନ୍ଦିରର ଗର୍ଭଗୃହର ଫଟୋ ନିଜ ଟ୍ୱିଟର ପୃଷ୍ଠାରେ ଛାଡି ବିବାଦୀୟ ହୋଇପଡିଥିଲେ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ । ଉକ୍ତଳ ଦିବସ ଅବସରରେ ଶୁଭେଛା ଜଣାଇବା ପାଇଁ ଗୋଏଲ୍ ଟ୍ୱିଟ୍ କରିଥିବା ବେଳେ ଏଥିରେ ଲିଙ୍ଗରାଜ ମନ୍ଦିରର ବେଢା ଓ ଗର୍ଭଗୃହରେ ସେ ନିଜେ ପୁଜା କରୁଥିବା ସମୟର ଫଟୋକୁ ପୋଷ୍ଟ କରିଥିଲେ । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଗତବର୍ଷ ଭୁବନେଶ୍ୱର ଆସିଥିବା ବେଳେ ସେ ଲିଙ୍ଗରାଜ ମନ୍ଦିର ଦର୍ଶନ କରିଥିଲେ ଓ ସେହି ସମୟରେ ଉକ୍ତ ଫଟୋ ଉଠାଯାଇଥିବା ଜଣାପଡିଥିଲା । ଗର୍ଭଗୃହରେ ବିଜୟ ଗୋଏଲ ଓ ଦୁଇ ସେବାୟତ ଉପସ୍ଥିତ ଥିବା ବେଳେ ଉକ୍ତ ଫଟୋଟି ଉଠାଯାଇଥିଲା । ଆଉ ଏହି ଫଟୋକୁ ନେଇ ବିଭିନ୍ନ ମହଲରୁ ଚର୍ଚ୍ଚା ଜୋର ଧରିଥିଲା । ପ୍ରଶ୍ନ ଉଠୁଛି, ଦୁଇ ସେବାୟତ ଗର୍ଭଗୃହରେ ଉପସ୍ଥିତ ଥିବା ବେଳେ ଏଭଳି ଫଟୋ କିଭଳି ଉଠାଗଲା । କାହିଁକି ସେବାୟତ ମାନେ ବିରୋଧ କରିନଥିଲେ ।