କେନ୍ଦ୍ର କ୍ୟାବିନେଟରେ ବଡ ଘୋଷଣା : ଖାଇବା ତେଲ ଉତ୍ପାଦନରେ ଆତ୍ମନିର୍ଭର ହେବ ଭାରତ

350

କନକ ବ୍ୟୁରୋ : ଏଣିକି ଖାଇବା ତେଲ ହେବ ଶସ୍ତା । ଖାଇବା ତେଲ ଉତ୍ପାଦନରେ ଆତ୍ମନିର୍ଭର ହେବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଯୋଜନା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ କେନ୍ଦ୍ର କ୍ୟାବିନେଟ୍ରେ ହୋଇଛି ବଡ ଘୋଷଣା । ଜାତୀୟ ଖାଦ୍ୟ ତୈଳ ଯୋଜନାରେ ୧୧ ହଜାର ୪୦ କୋଟିର ପ୍ରକଳ୍ପ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଫଳରେ ବିଦେଶୀ ତେଲ ଉପରେ ନିର୍ଭରଶୀଳତା କମିବ । ଖାଇବା ତେଲକୁ ନେଇ କେନ୍ଦ୍ର ସରକାର ଏଭଳି ବଡ ନିଷ୍ପତ୍ତି ନେଇଛନ୍ତି । ଦେଶରେ ଏଣିକି ପାମ ଅଏଲ ଉତ୍ପାଦନ କରାଯିବ ଏବଂ ତାକୁ ଶୁଦ୍ଧ କରାଯାଉ ଖାଇବା ଉପଯୋଗୀ କରାଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।