କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଓ ପରେ ପରେ ଗ୍ରୀସ୍ ଗସ୍ତ ଶେଷ କରି ଆଜି ଭୋର ସମୟରେ ଭରତରେ ପହଞ୍ଚଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ ସିଧା ବେଙ୍ଗାଲୁରୁ ସ୍ଥିତ ଇସ୍ରୋର ମୁଖ୍ୟାଳୟରେ ପହଞ୍ଚି ବୈଜ୍ଞାନିକଙ୍କୁ ଭେଟିଥିଲେ ଏବଂ ଚନ୍ଦ୍ରାୟନ୩ ପାଇଁ ସେମାନଙ୍କର ପରିଶ୍ରମ ଓ ଧୈର୍ଯ୍ୟକୁ ଶତ ପ୍ରଶଂସା କରିଥିଲେ ।

Advertisment

ଏହି ଅବସରରେ ମୋଦୀ କହିଥିଲେ ଯେ, ‘ ସେ ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାରେ ଥିଲେ ବି ତାଙ୍କ ମନ କିନ୍ତୁ ଭାରତରେ ଥିଲା । ଅଗଷ୍ଟ ୨୩ ତାରିଖରେ ତାଙ୍କର ପ୍ରତିଟି ମୁହୂର୍ତ୍ତକେବଳ ଚନ୍ଦ୍ରଯାନ ପାଇଁ ଚିନ୍ତିତ ଥିଲା । ଆଉ ଯେତେବେଳେ ଚନ୍ଦ୍ରଯାନ ଚନ୍ଦ୍ର ମାଟିରେ ପାଦ ଥାପିଲା ତାଙ୍କର ମନର ଅବସ୍ଥା ବର୍ଣ୍ଣନା କରିବା କଷ୍ଟକର । ବିଦେଶରେ ଭାରତର ଏଭଳି ସଫଳତାକୁ ସେ ଅନୁଭବ କରିଛନ୍ତି । ସମସ୍ତଙ୍କ ମୁହଁରେ ଭାରତର ପ୍ରଶଂସା ସେ ଶୁଣିଛନ୍ତି । କେତେବେଳେ ନିଜ ଦେଶକୁ ଫେରିବେ ଆଉ ଏହି ମିଶନ ପଛରେ ଥିବା ପ୍ରତିଟି ବିଜେତାଙ୍କୁ ଭେଟିବେ ସେମାନଙ୍କୁ ପ୍ରଣାମ କରିବେ ସେଇ ଚିନ୍ତାରେ ତାଙ୍କ ମନ ଘାରି ହେଉଥିଲା’ ।

ତେବେ ଇସ୍ରୋ ମୁଖ୍ୟାଳୟରେ ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସମୟରେ ସେମାନଙ୍କୁ ହାତ ଯୋଡି ପ୍ରଣାମ କରିଥିଲେ ମୋଦୀ । ଏହି ସମୟରେ ତାଙ୍କ କଣ୍ଠ ରୁଦ୍ଧ ହୋଇଯାଇଥିଲା ଏବଂ ତାଙ୍କ ଆଖି ଲୁହରେ ଭରିଯାଇଥିବାର ଦେଖିବାକୁ ମିଳିଥିଲା ।