କନକ ବ୍ୟୁରୋ : ୧୦ ଲକ୍ଷ ବେରୋଜଗାରଙ୍କୁ ନିଯୁକ୍ତି ଦେବେ ମୋଦୀ ସରକାର । ଏଥିପାଇଁ ମେଗା ‘ରୋଜଗାର ମେଳା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ଦିନ ୧୨ଟା ବେଳେ ଭିଡିଓ କନଫରେନସିଂରେ ଏହି ନିଯୁକ୍ତି ମେଳାକୁ ମୋଦୀ ଆରମ୍ଭ କରିବେ । ଏହି ଅବସରରେ ୭୫ ହଜାର ନୂଆ ନିଯୁକ୍ତିପତ୍ର ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଏମାନଙ୍କୁ ନିଯୁକ୍ତି ଦିଆଯିବା ସହ ନବ ନିଯୁକ୍ତଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିପାଇଁ ବଡଧରଣର ପ୍ରସ୍ତୁତି ଆରମ୍ଭ ହୋଇଛି ।
ମୋଦୀ ଦେବେ ସରକାରୀ ଚାକିରି
- ୭୫ ହଜାର ପଦବୀରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ଦିଆଯିବ
- ଭିଡିଓ କନ୍ଫରେନ୍ସରେ ଚାକିରି ପାଉଥିବା ଯୁବକଙ୍କ ସହ ଯୋଡି ହେବେ ମୋଦୀ
- ଦେଶର ୭୫ଟି ସ୍ଥାନରେ ଏନେଇ କାର୍ଯ୍ୟକ୍ରମ କରାଯିବ
- ଦେଶର ବିଭିନ୍ନ ସହରରୁ କେନ୍ଦ୍ରମନ୍ତ୍ରୀମାନେ ଯୋଡିହେବେ
- ସଂସଦୀୟ କ୍ଷେତ୍ରୁ ସାଂସଦମାନେ ମଧ୍ୟ ଯୁବବର୍ଗଙ୍କ ସହ ଯୋଡି ହେବେ
- ମୋଦୀଙ୍କ ନିର୍ଦ୍ଦେଶରେ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଖାଲି ଥିବା ପଦବୀ ପୂରଣ
- ମିଶନ୍ ମୋଡରେ ଖାଲି ପଡିଥିବା ପଦବୀ ପୂରଣ କରିବାକୁ ରହିଛି ନିର୍ଦ୍ଦେଶ
- ଗ୍ରୁପ- ଏ, ଗ୍ରୁପ-ବି, ଓ ଗ୍ରୁପ-ସିରେ ନିଯୁକ୍ତି ପ୍ରଦାନ କରାଯିବ
- କେନ୍ଦ୍ରୀୟ ସୁରକ୍ଷା ବଳ, ଆୟକର ଇନସ୍ପେକ୍ଟର, ଷ୍ଟେନୋ, ପିଏ ଭଳି ପଦବୀ ରହିଛି
- କେନ୍ଦ୍ର ସରକାରଙ୍କ ବିଭାଗ ଗୁଡିକ ନିଜସ୍ୱ କିମ୍ବା ଏଜେନ୍ସି ଜରିଆରେ ନିଯୁକ୍ତି ପରୀକ୍ଷା କରିଥିଲେ
- ୟୁପିଏସସି, ଏସଏସସି, ରେଲୱେ ରିକ୍ରୁଟମେଂଟ୍ ବୋର୍ଡ ଆଦି ଜରିଆରେ ପରୀକ୍ଷା ହୋଇଥିଲ
ମୋଦୀଙ୍କ ପ୍ରତିଶ୍ରୁତି
କେତେ ମିଳିଛି ଚାକିରି ?
- ୨୦୧୪ ନିର୍ବାଚନ ସମୟରେ ନିଯୁକ୍ତି ପ୍ରତିଶ୍ରୁତି ଦେଇଥିଲେ ମୋଦୀ
- ବର୍ଷକୁ ୨ କୋଟି ନିଯୁକ୍ତି ଦେବା ପାଇଁ ମୋଦୀ ଦେଇଥିଲେ ପ୍ରତିଶ୍ରୁତି
- ନିଯୁକ୍ତି ପ୍ରଦାନରେ ବିଫଳ ଯୋଗୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି
- ବିରୋଧୀ ଲଗାତର ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି
- ନରେନ୍ଦ୍ର ମୋଦୀ ଅର୍ଥନୀତିକୁ ଭ୍ରଷ୍ଟ କରୁଥିବା ଅଭିଯୋଗ କରିଛନ୍ତି
- ଚଳିତ ବର୍ଷ ଜୁନରେ ବଡ଼ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ
- ୨୦୨୩ ଡିସେମ୍ବର ସୁଦ୍ଧା ୧୦ ଲକ୍ଷଙ୍କୁ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି
- ୨ କୋଟି ନହେଲେ ୧୦ ଲକ୍ଷ ନିଯୁକ୍ତି ମିଳିବ ତ ?
- ମୋଦୀଙ୍କ ‘ପକୁଡି ବ୍ୟବସାୟ’ ମନ୍ତବ୍ୟକୁ ନେଇ ଉଠିଥିଲା ବିବାଦ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/28-14.jpg)