ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୮ତମ ଜନ୍ମଦିନ ! ନିଜ ନିର୍ବାଚନମଣ୍ଡଳୀର ଜନତାଙ୍କୁ ୫୫୭.୪୦ କୋଟି ଟଙ୍କାର ଉପହାର ପ୍ରଦାନ କରିବେ ମୋଦି

ଛୋଟମୋଟ ବ୍ୟବସାୟୀଙ୍କ ପାଇଁ ଦୀପାବଳି ଉପହାର : ଆଜି ‘ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ସହାୟତା ଓ ସମ୍ପର୍କ ଅଭିଯାନ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ

Source:indianexpress.com

କନକ ବ୍ୟୁରୋ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୮ତମ ଜନ୍ମଦିନ । ଆଉ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀରେ ମୋଦି ପାଳିବେ ନିଜର ଜନ୍ମଦିନ । କାଶୀରେ ମୋଦି ପ୍ରାୟ ୬ ଶହ କୋଟି ଟଙ୍କାର ନୂଆ ପ୍ରକଳ୍ପ ଓ ଯୋଜନାର ଶିଳାନ୍ୟାସ କରିବେ । ଏହାଛଡା ସ୍କୁଲ ପିଲାଙ୍କୁ ଭେଟି ବାର୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଥମେ ମୋଦି ଡିରିକାରେ କିଛି ସମୟ ରହିବା ପରେ ନରଉର ସ୍ଥିତି ଏକ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରିବେ । ସେଠାରେ ସେ ବିଦ୍ୟାଳୟକୁ ଅନୁଧ୍ୟାନ କରିବା ସହ ନିକଟରେ ଥିବା ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨୦୦ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ । ସେଠାରୁ ଫେରିବା ପରେ କାଶୀ ବିଦ୍ୟାପୀଠର ଛାତ୍ରଙ୍କ ସହ ଆଲୋଚନା କରିବେ ମୋଦୀ । ଏହା ପରେ ଭାରତୀୟ ଜନତା ପାର୍ଟିର ପଦାଧୀକାରୀଙ୍କ ସହ ସେ ଆଲୋଚନା କରିବେ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିଏଚୟୁରେ ଏକ ଜନସଭା କରିବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଇପିଡିଏସ, ଦୀନଦୟାଲ ଗ୍ରାମ ଜ୍ୟୋତି ଯୋଜନା, ନାଗେପୁର ଗ୍ରାମ ପେୟଜଲ ଯୋଜନା, ଅଟଳ ଇକ୍ୟୁବେସନ ସେଂଟର ଆଦିର ଲୋକାର୍ପଣ ସହ ବିଏଚୟୁରେ ବୈଦିକ ବିଜ୍ଞାନ କେନ୍ଦ୍ର, ଏବଂ କିଛି ବିଦ୍ୟୁତ ଉପକେନ୍ଦ୍ରକୁ ଶିଳାନ୍ୟାସ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe