ଅଯୋଧ୍ୟାରେ ରାମମନ୍ଦିରର ଭୂମିପୂଜନ ଉତ୍ସବ ଦେଖିବା ପାଇଁ ଅଟକିଗଲା ପୂରା ପୃଥିବୀ । ଆମେରିକା ଓ ଇଂଲଣ୍ଡରେ ଦେଖୁଥିଲେ ସବୁଠାରୁ ଅଧିକ ଦର୍ଶକ, ଭାରତରେ ୨୦୦ ଚ୍ୟାନେଲରେ ଚାଲିଥିଲା ଲାଇଭ୍ ।

Advertisment
ଅଯୋଧ୍ୟାରେ ରାମମନ୍ଦିରର ଭୂମିପୂଜନ ଉତ୍ସବ ଦେଖିବା ପାଇଁ ଅଟକିଗଲା ପୂରା ପୃଥିବୀ । ଆମେରିକା ଓ ଇଂଲଣ୍ଡରେ ଦେଖୁଥିଲେ ସବୁଠାରୁ ଅଧିକ ଦର୍ଶକ, ଭାରତରେ ୨୦୦ ଚ୍ୟାନେଲରେ ଚାଲିଥିଲା ଲାଇଭ୍ ।

କନକ ବ୍ୟୁରୋ : ଅଯୋଧ୍ୟା ଉପରେ ଅଟକିଗଲା ସାରା ବିଶ୍ୱର ନଜର । ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ବୁଧବାର ହୋଇଥିବା ଭୂମି ପୂଜନ ସମାରୋହର ସାକ୍ଷୀ ବନିଛନ୍ତି ବିଶ୍ୱର ଅନେକ ଦେଶ । ଭାରତର ଏହି ଐତିହାସିକ ମୁହୂର୍ତ୍ତକୁ ବିଭିନ୍ନ ମାଧ୍ୟମରେ ଦେଖିଛନ୍ତି ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଇଟାଲୀ, ଜାପାନ ଓ କାନାଡା ଭଳି ଦେଶ । ଏପରିକି ପାକିସ୍ତାନ, ନେପାଳ, ମରିସସ ଓ ଶ୍ରୀଲଙ୍କା ଭଳି ଦେଶ ବି ରାମମନ୍ଦିର ଭୂମିପୂଜନ ଉତ୍ସବକୁ ଦେଖିଥିଲେ । ଭାରତରେ ୨ଶହରୁ ଅଧିକ ଚ୍ୟାନେଲରେ ରାମ ମନ୍ଦିରର ଭୂମିପୂଜନ ଦୃଶ୍ୟ ପ୍ରସାରିତ ହୋଇଥିଲା ।

ଶହ ଶହ ବର୍ଷର ସଂଘର୍ଷ ଏବଂ ଦୀର୍ଘ ୩୦ ବର୍ଷର ବିବାଦ ଭିତରେ ଅଯୋଧ୍ୟାରୁ ଏହି ଯେଉଁ ଚିତ୍ର ସାମ୍ନାକୁ ଆସିଲା ହୁଏତ, ଇଏ ସବୁ ଦିନ ପାଇଁ ଅଭୁଲା ହୋଇରହିବ । କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ଅଯୋଧ୍ୟାରେ ଯେତେବେଳେ ଆରାଧ୍ୟ ଦେବତା ଶ୍ରୀରାମଙ୍କ ଦେଉଳ ଗଢ଼ିବା ପାଇଁ ଭୂମିପୂଜନ ହେଉଥିଲା, ଏହି ଧାର୍ମିକ ସହର ଉପରେ ଅଟକି ରହିଥିଲା ସାରା ବିଶ୍ୱର ନଜର ।

publive-imageବିଶ୍ୱ ଦେଖିଲା ରାମ ମନ୍ଦିରର ଭୂମିପୂଜନ । ଆମେରିକା, ଇଂଲଣ୍ଡରେ ସର୍ବାଧିକ ଦର୍ଶକ ! ମୋଦିଙ୍କ ମୁଣ୍ଡିଆ ମାରିବାଠୁ, ସାଷ୍ଟାଙ୍ଗ ପ୍ରମାଣ । ବୃକ୍ଷରୋପଣରୁ ଭୂମିପୂଜନ । ଐତିହାସିକ ମୁହୁର୍ତ୍ତର ଟିକିନିକି ଦୃଶ୍ୟ ବିଭିନ୍ନ ମାଧ୍ୟମ ଜରିଆରେ ସାରା ବିଶ୍ୱରେ ପ୍ରସାରିତ ହେଉଥିଲା । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଇଟାଲୀ, ନେଦରଲ୍ୟାଣ୍ଡ, ଜାପାନ, କାନାଡ଼ା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ୟୁଏଇ, ସାଉଦି ଆରବ, ଓମାନ, କୁଏତ୍, ନେପାଲ ପାକିସ୍ତାନ, ବାଂଲାଦେଶ, ମାଲେସିଆ, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ, ଫିଲିପାଇନ୍ସ, ସିଙ୍ଗାପୁର, ଶ୍ରୀଲଙ୍କା ଏବଂ ମରିସସ୍ ଭଳି ଦେଶରେ ଭୂମିପୂଜନର ଦୃଶ୍ୟ ସର୍ବାଧିକ ଦର୍ଶକ ଦେଖିଛନ୍ତି ।

ଖବର ସରବରାହ ସଂସ୍ଥା ଏଏନଆଇ ସହାୟତାରେ ୨ଶହଟି କେନ୍ଦ୍ରରୁ ରାମ ମନ୍ଦିରର ଭୂମିପୂଜନ ଦୃଶ୍ୟ ପ୍ରସାରିତ ହେଉଥିବା ବେଳେ ଏସୋସିଏଟ୍୍ ଫ୍ରେସ୍ ଟେଲିଭିଜନ୍ ନ୍ୟୁଜ୍ ଜରିଆରେ ୪୫୦ଟି ଗଣମାଧ୍ୟମ ସଂସ୍ଥା ଏହି କାର୍ଯ୍ୟକ୍ରମର ପ୍ରସାରଣ କରୁଥିଲେ । ସେହିପରି ଦୂରଦର୍ଶନ ଏବଂ ଡିଡି ନ୍ୟୁଜ୍ ପୃଥକ୍ ପୃଥକ୍ ଭାବରେ ଏସୀୟ ମହାଦେଶର ବିଭିନ୍ନ ଦେଶରେ ଏହାର ପ୍ରସାରଣ କରିଥିଲେ ।

ଦୂରଦର୍ଶନ ଏବଂ ଖବର ସରବରାହ ସଂସ୍ଥା ବାହାରେ ୟୁଟ୍ୟୁଭ ଭଳି ସୋସିଆଲ ମିଡ଼ିଆରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେଉଥିଲା, ଯାହାକୁ ଭାରତ ବାହାରେ ସାରା ବିଶ୍ୱ ଏହି ଐତିହାସିକ ମୂହୁର୍ତ୍ତର ଚିତ୍ର ଦେଖୁଥିଲା । ଭାରତରେ ୨ଶହରୁ ଅଧିକ ଚ୍ୟାନେଲରେ ରାମ ମନ୍ଦିରର ଭୂମିପୂଜନ ଦୃଶ୍ୟ ପ୍ରସାରିତ ହେଉଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe