କନକ ବ୍ୟୁରୋ: ମୋଦୀଙ୍କ ଦ୍ୱୀତିୟ ପାଳିର ଶେଷ ମନ୍ତ୍ରୀ ପରିଷଦ ବୈଠକରେ ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଆସନ୍ତା ୫ ବର୍ଷ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ବୁଝି ବିଚାରି ବୟାନ ଦେବାକୁ ମନ୍ତ୍ରିମାନଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ବୈଠକରେ ଆଗାମୀ ୧୦୦ ଦିନ ପାଇଁ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି ସରକାର । ୨୦୨୪ ମେ ମାସରେ ନୁଆ ସରକାର ଗଠନ ପରେ ୧୦୦ ଦିନ ପାଇଁ କଣ କାର୍ଯ୍ୟ ହେବ ସେନେଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି । ଦୁଇ ବର୍ଷ ଧରି ବିଜେପି ବିକଶିତ ଭାରତ କାର୍ଯ୍ୟପନ୍ଥା ଉପରେ କାର୍ଯ୍ୟ କରୁଛି । ସେଥିପାଇଁ ୨୭ ଶହରୁ ଅଧିକ ବୈଠକ, କର୍ମଶାଳା, ସେମିନାର ଅନୁଷ୍ଠିତ ହୋଇଯାଇଛି । ୨୦ ଲକ୍ଷ ଲୋକ ବିକଶିତ ଭାରତ ଉପରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିବା କହିଛନ୍ତି ସରକାର ।