ଚୀନ୍ - ଭାରତ ସଂଘର୍ଷ ପ୍ରସଙ୍ଗରେ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ମୋଦି : ସମସ୍ତ ରାଜନୈତିକ ଦଳ ସହ କରିବେ ଆଲୋଚନା,ଏକାଠି ହୋଇ ଲଢ଼ିବାକୁ ଦେଇପାରନ୍ତି ଆହ୍ୱାନ

ଚୀନ୍ - ଭାରତ ସଂଘର୍ଷ ପ୍ରସଙ୍ଗରେ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ମୋଦି : ସମସ୍ତ ରାଜନୈତିକ ଦଳ ସହ କରିବେ ଆଲୋଚନା,ଏକାଠି ହୋଇ ଲଢ଼ିବାକୁ ଦେଇପାରନ୍ତି ଆହ୍ୱାନ

ଲଦାଖରେ ଭାରତ ଚୀନ ରକ୍ତାକ୍ତ ସଂଘର୍ଷ ପରେ ସୃଷ୍ଟି ହୋଇଥିବା ବିସ୍ଫୋରକ ପରିସ୍ଥିତିକୁ ଆୟତ କରିବା ଲାଗି ଉଭୟ ପକ୍ଷ ମଧ୍ୟରେ ସାମରିକ ସ୍ତରୀୟ କଥାବାର୍ତା ଚାଲିିଥିଲେ ବି ଏଥିରେ ବିଶେଷ ଅଗ୍ରଗତି ହୋଇ ନାହିଁ । ଅନ୍ୟପକ୍ଷରେ ଚୀନ୍ ପୁଣି ଧମକ ଦେଇଛି । କହିଛି ଯେ, ଗଲୱାନ ଘାଟି ହେଉଛି ସମ୍ପୂର୍ଣ୍ଣ ଚୀନର । ଭାରତୀୟ ସେନା ଏହି ଅଂଚଳରେ ଅନୁପ୍ରବେଶ କରିଛନ୍ତି । ଏହାର ସୁରକ୍ଷା ପାଇଁ ଚୀନ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ । ପ୍ରତିରୋଧ ହେଲେ ଚୀନ୍ ଏହାର କଡା ଜବାବ ଦେବ । ଚୀନର ଏଭଳି ଧମକ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।

publive-image

ତେବେ ଗଲୱାନ ଘାଟିରେ ଭାରତ- ଚୀନ ସଂଘର୍ଷ ପ୍ରସଙ୍ଗରେ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ରାଜନୈତିକ ଦଳ ନେତାଙ୍କ ସହ କରିବେ ପ୍ରଧାନମନ୍ତ୍ରୀ କରିବେ ଆଲୋଚନା । ଏଭଳି ପରିସ୍ଥିତିରେ ଏକଜୁଟ୍ ହୋଇ ଶତ୍ରୁକୁ ମାତ୍ ଦେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିପାରନ୍ତି ଦଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe