ବାଙ୍ଗାଲୋର ସ୍ଥିତ ଇସ୍ରୋ ସେଣ୍ଟରରୁ ବୈଜ୍ଞାନିକଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦି ! କହିଲେ , ଇସ୍ରୋ ସହ ମୁଁ ଏବଂ ସମ୍ପୁର୍ଣ୍ଣ ଦେଶବାସୀ ରହିଛନ୍ତି ।

259

ବାଙ୍ଗାଲୋର ସ୍ଥିତ ଇସ୍ରୋ ସେଣ୍ଟରରୁ ବୈଜ୍ଞାନିକଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଚନ୍ଦ୍ରଯାନ -୨ ର ଲ୍ୟାଣ୍ଡର ବିକ୍ରମ ଶୁକ୍ରବାର-ଶନିବାର ରାତ୍ରଠାରୁ ସଂପର୍କ ଚ୍ଛିନ୍ନ ହେବା ପରେ ଇସ୍ରୋରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ବୈଜ୍ଞାନିକଙ୍କ ସାହାସକୁ ବଢାଇବା ପାଇଁ ସମ୍ଭୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି , ଜୀବନରେ ଉତଥାନ-ପତନର ଧାରା ଲାଗିରହିବ । ଇସ୍ରୋ ଯାହା କରିଦେଖାଇଛି ତାହା କୌଣସି ସରଳ କାମ ନୁହେଁ ଏଥିପାଇଁ ସାରା ଦେଶ ଇସ୍ରୋ ଉପରେ ଗର୍ବାନ୍ୱିତ । ପୁନଃ ସଂପର୍କ ଯଦି ଯୋଡି ହେଉଛି ତେବେ ଏବେ ବି ଚମତ୍କାରର ଆଶା କରାଯାଉଛି । ମୋ ତରଫରୁ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଉଛି । ଇସ୍ରୋ ବୈଜ୍ଞାନିକମାନେ ବିଜ୍ଞାନ ଏବଂ ମାନବ ଜାତିର ବହୁତ ବଡ ସେବା କରିଛନ୍ତି । ଏଥିପାଇଁ ମୁଁ ଆପଣଙ୍କ ସାଙ୍ଗରେ ରହିଛି । ସାହସର ସହ ଆଗକୁ ଚାଲନ୍ତୁ ।

ତେବେ ଉଦବୋଧନ ଦେବା ସମୟରେ ମୋଦି ଇସ୍ରୋ ପ୍ରମୁଖ କେ.ସିବନ୍ ଙ୍କ ପିଠି ମଧ୍ୟ ଥାପୁଡାଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଚନ୍ଦ୍ରମାର ସଫ୍ଟ ଲ୍ୟାଣ୍ଡିଙ୍ଗ୍ ଦେଖିବା ପାଇଁ ବାଙ୍ଗାଲୁର ସ୍ଥିତ ଇସ୍ରୋ କେନ୍ଦ୍ର ପହଁଚିଥିଲେ । ମୋଦି କହିଥିଲେ , କିଛି ଘଣ୍ଟା ପାଇଁ ସମ୍ପୁର୍ଣ୍ଣ ଦେଶ ଚିନ୍ତାରେ ଥିଲା । ପ୍ରତିଟି ଭାରତୀୟ ବୈଜ୍ଞାନିକଙ୍କ ସାଙ୍ଗରେ ରହିଛନ୍ତି । ଆମକୁ ଆମ ଅନ୍ତରୀକ୍ଷ ଯାନ ଏବଂ ବୈଜ୍ଞାନିକଙ୍କ ଉପରେ ଗର୍ବ ଅନୁଭବ ହେଉଛି । ବୈଜ୍ଞାନିକଙ୍କ କଠିନ ପରିଶ୍ରମ ନା କେବଳ ଭାରତର ଅନ୍ୟ ଦେଶମାନଙ୍କ ଜୀବନଶୈଳୀକୁ ମଧ୍ୟ ଭଲ କରିଛନ୍ତି । ସେ କହିଥିଲେ , ନୂଆ ଶିକ୍ଷା ଆମକୁ ମଜବୁତ୍ କରିବ , ଇସ୍ରୋ କେବେ ହାରିଯିବାମାନଙ୍କ ମଧ୍ୟରେ ନାହିଁ , ପ୍ରତ୍ୟେକ ବିଫଳତା ଆମକୁ ଶିକ୍ଷା ଦେଇଥାଏ । ମୁଁ ଏବଂ ଦେଶବାସୀ ଇସ୍ରୋ ସାଙ୍ଗରେ ରହିଛନ୍ତି । ଇସ୍ରୋ ବୈଜ୍ଞାନିକ ଲହୁଣୀରେ ନୁହଁ ପଥରରେ ରେଖା ଟାଣିବାର ସାହସ ରଖନ୍ତି । ଆମେ ଆମର ମହତ୍ତ୍ୱାକାଂକ୍ଷୀକୁ ଦୁର୍ବଳ ହେବାକୁ ଦେବୁନାହିଁ , ବର୍ତ୍ତମାନ ଚନ୍ଦ୍ରମାକୁ ଛୁଇଁବାର ଇଚ୍ଛାଶକ୍ତି ଆହୁରି ଦ୍ୱିଗୁଣିତ ହୋଇଯାଇଛି ।