ବାରଣାସୀରୁ ତୃତୀୟ ଥର ପାଇଁ ବିଜୟୀ ହେଲେ ନରେନ୍ଦ୍ର ମୋଦୀ । ଜାଣନ୍ତୁ କେତେ ଭୋଟ ବ୍ୟବଧାନରେ ହେଲେ ବିଜୟୀ

Advertisment
ବାରଣାସୀରୁ ତୃତୀୟ ଥର ପାଇଁ ବିଜୟୀ ହେଲେ ନରେନ୍ଦ୍ର ମୋଦୀ । ଜାଣନ୍ତୁ କେତେ ଭୋଟ ବ୍ୟବଧାନରେ ହେଲେ ବିଜୟୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ଉତ୍ତର ପ୍ରଦେଶର ବାରଣାସୀ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ପରାଜିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୬ ଲକ୍ଷ ୧୨ ହଜାର ୯୭୦ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ୪ ଲକ୍ଷ ୬୦ ହଜାର ୪୫୭ ଖଣ୍ଡ ଭୋଟ ମିଳିଛି । ସେହିଭଳି ବିଏସପି ପ୍ରାର୍ଥୀ ଅଥର ଜମାଲ ଲାରି ୩୩ ହଜାର ୭୬୬ ଖଣ୍ଡ ଭୋଟ ମିଳିଛି । ଅର୍ଥାତ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ୧ଲକ୍ଷ ୫୨ ହଜାର ୫୧୩ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe