ନବରାତ୍ରୀର ପ୍ରଥମ ଦିନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ଲେଖିଲେ , ଜୟ ମାତା ଦି ! 

102

ଆଜିଠାରୁ ଆରମ୍ଭ ହେଉଛି ନବରାତ୍ରୀ । ନବରାତ୍ରୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶବାସୀଙ୍କୁ ଜୀବନରେ ନୂଆ ଉଦ୍ଦେଶ୍ୟ ଏବଂ ଉଦ୍ଦିପନାକୁ ନେଇ ଆଗକୁ ବଢିବା ପାଇଁ ମା’ଙ୍କ ନିକଟରେ ପ୍ରାର୍ଥର୍ନା କରିଥିବା କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟ୍ୱିଟ୍ କରି ସବୁ ଦେଶବାସୀଙ୍କୁ ନବରାତ୍ରୀର ହାର୍ଦ୍ଧିକ ଅଭିନନ୍ଦନ ଜଶାଇବା ସହ ଶକ୍ତି ଉପାସନାର ପାର୍ବଣ ଅବସରରେ ସମସ୍ତଙ୍କୁ ମା’ଙ୍କ ଅପାର କରୁଣା ପ୍ରାପ୍ତ ହେଉ କହି ଜୟ ମାତା ଦି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ।

ଏହାସହ ନିଜ ଦ୍ୱିତୀୟ ଟ୍ୱିଟ୍ ରେ ମା’ ଶୈଳପୁତ୍ରୀଙ୍କ ଆରାଧନା କରି ମୋଦି ଲେଖିଛନ୍ତି , ନବରାତ୍ରୀର ପ୍ରଥମ ଦିନରେ ଆମେ ଦେବୀ ଦୂଗାଙ୍କ ପ୍ରଥମ ରୂପ ମା’ ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା କରୁ । ଶକ୍ତି ଏବଂ ଶାନ୍ତିର ପ୍ରତିକ ମା’ ଶୈଳପୁତ୍ରୀ ସଂପୂର୍ଣ୍ଣ ଜଗତର କଲ୍ୟାଣ କରନ୍ତୁ ଏତିକି ହିଁ କାମନା କରୁଛି । ଆପଣଙ୍କୁ କହିରଖୁଛୁ ଆଜିଠାରୁ ଆରମ୍ଭ ହୋଇଥିବା ନବରାତ୍ରି ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ । ବିଜୟାଦଶମୀ ଅବସରରେ ମା’ ଦୁର୍ଗତିନାଶିନୀ ମେଲାଣି ନେବେ ।

 

Comments are closed.