ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ରୁପେ ଶପଥ ଗ୍ରହଣ କରିଥିବା ନବୀନ ପଟ୍ଟନାୟକଙ୍କୁ ଟ୍ୱିଟରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି !

228

ନିର୍ବାଚନ ଶେଷ ହେବା ପରେ ଏବେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଗୁରୁବାର ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ଆଜି ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି । ବିଧାନସଭା ନିର୍ବାଚନରେ ବିଜେଡିର ବଡ ବିଜୟ ପରେ ଲଗାତର ପଂଚମ ଥର ଲାଗି ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ ।

ଆଜି ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ସକାଳ ପ୍ରାୟ ୧୦.୪୫ ଟାରେ ଶପଥ ନେଲେ ନବୀନ । ରାଜଧାନୀସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଭବ୍ୟ ସମାରୋହରେ ନବୀନ ପଟ୍ଟନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

 

 

ଏଥିସହ ନୂଆ ମନ୍ତ୍ରୀ ମଣ୍ଡଳ ବି ଶପଥ ନେଉଛନ୍ତି । ନବୀନଙ୍କ ପଞ୍ଚମ ପାଳିର ଶପଥ ସମାରୋହରେ ଯୋଗଦେଇଛନ୍ତି ତାଙ୍କ ପରିବାର । ଭଉଣୀ ଗୀତା ମେହେଟ୍ଟା ଏବଂ ଭାଇ ପ୍ରେମ୍ ପଟ୍ଟନାୟକ ଶପଥ ସମାରୋହରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

 

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟର ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ଦେଇଥିଲେ ହେଁ କାର୍ଯ୍ୟବ୍ୟସ୍ଥତାରେ ପ୍ରଧାନମନ୍ତ୍ରୀ ସମାରୋହରେ ଯୋଗ ଦେଇପାରିନାହାନ୍ତି ।