କଲ୍ୟାଣ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବିମାନ ବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ହେବ ଅନ୍ତିମ ସଂସ୍କାର

118

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ କଲ୍ୟାଣ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଥମେ ପ୍ରଧାନମନ୍ତ୍ରୀ ଲକ୍ଷ୍ନୌ ବିମାନ ବନ୍ଦରରେ ପହଂଚିଥିଲେ । ସେଠାରେ ୟୁପି ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ସିଧା କଲ୍ୟାଣ ସିଂଙ୍କ ବାସଭବନରେ ପହଂଚି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଏହା ପୂର୍ବରୁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ବି କଲ୍ୟାଣ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ରାମ ଜନ୍ମଭୂମି ଆନ୍ଦୋଳନ ସମୟରେ ବିତାଇ ଥିବା ସମୟକୁ ମନେ ପକାଇ ଆଡଭାନୀ କହିଥିଲେ କି ଅଯୋଦ୍ଧା ମାମଲାରେ କଲ୍ୟାଣ ସିଂଙ୍କ ପ୍ରତିବଦ୍ଧତା ଓ ନିସ୍ୱାର୍ଥପରତା ବିଜେପି ଓ ସାରା ଦେଶର ଜନସାଧାରଣଙ୍କ ପାଇଁ ଏକ ଗୌରବମୟ ଇତିହାସ ସୃଷ୍ଟି କରିଥିଲା ।

ଅନ୍ୟପଟେ କଲ୍ୟାଣ ସିଂଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ ଓ ଦତ୍ତାତ୍ରେୟ ହୋସବାଲେ ବି ଶୋକ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି କି କଲ୍ୟାଣ ସିଂ ଜଣେ ତଳସ୍ତରର ରାଜନେତା ଓ ଦକ୍ଷ ପ୍ରଶାସକ ।

କହିରଖୁ କି ୮୯ ବର୍ଷ ବୟସରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କର ଗତକାଲି ଲକ୍ଷ୍ନୌ ଠାରେ ପରଲୋକ ହୋଇଯାଇଛି । ସେ ଜୁଲାଇ ୪ ତାରିଖରେ ସଂଜୟ ଗାନ୍ଧୀ ପିଜିଆଇ ଆସିୟୁରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅନ୍ତିମ ସଂସ୍କାର ସୋମବାର ଦିନ ବୁଲନ୍ଦସହରର ଠାରେ କରାଯିବ ।