ରାତି ୮ରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା । କରୋନା ସ୍ଥିତି ଏବଂ ଟୀକାରଣ ନେଇ କରିବେ ଆଲୋଚନା । 

613
କନକ ବ୍ୟୁରୋ: ଦେଶରେ କରୋନାର ଦ୍ୱିତୀୟ ଲହର ଭିତରେ ବଡ଼ ଖବର । ଆଜି ରାତି ୮ଟାରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ କରୋନା ସ୍ଥିତି ଓ ବିଭିନ୍ନ ରାଜ୍ୟରେ ଟୀକାକରଣ କିଭଳି ଚାଲିଛି ଓ ଆଗକୁ କେମିତି ହେବ, ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି । ତେବେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଫିସରଙ୍କ ସହ ଏନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।