କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାର ଆଉ ଗୋଟିଏ କିସ୍ତି ଆସନ୍ତା କାଲି ଚାଷୀ ଭାଇ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯାଇବ । ଏହି ଯୋଜନା ଅଧିନରେ ଏହା ନବମ କିସ୍ତି ଭାବେ ଚାଷୀଭାଇ ମାନେ ପାଇବାକୁ ଯାଉଛନ୍ତି ।

Advertisment

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି (ଅଗଷ୍ଟ-୯) ତାରିଖ ମଧ୍ୟାହ୍ନ ୧୨.୩୦ ମିନିଟରେ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯.୫ କୋଟି ଚାଷୀଙ୍କ ପରିବାରକୁ ୧୯.୫୦୦ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରିବେ । ଏନେଇ କେନ୍ଦ୍ର ସରକାରଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି ।

କହିରଖୁ କି ପ୍ରଧାନମନ୍ତ୍ରୀ କିଷାନ ନିଧୀ ଯୋଜନା ମାଧ୍ୟମରେ ପଞ୍ଜିକୃତ କୃଷକ ପରିବାରକୁ ବର୍ଷକୁ ୬୦୦୦ ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ କୃଷକମାନଙ୍କୁ ପ୍ରତି ୪ ମାସରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ଏହି ଅର୍ଥ ସିଧାସଳଖ ପଞ୍ଜିକୃତ କୃଷକମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି ।

ଏନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିବା ସହ କିଛି କୃଷକ ମାନଙ୍କ ସହ କଥା ହେବେ ଓ ଦେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।