ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆକାଶମାର୍ଗରୁ କରିବେ ସ୍ଥିତି ସମୀକ୍ଷା । 

258

କନକ ବ୍ୟୁରୋ: ଆସନ୍ତାକାଲି ବାତ୍ୟା ୟାସର କ୍ଷୟକ୍ଷତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ଓଡିଶାର ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଆକାଶମାର୍ଗରୁ ବୁଲି ଦେଖିବା ସହିତ ସ୍ଥିତି ସମୀକ୍ଷା କରିବେ । ଏହାପରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସି ସେଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବେ । ତେବେ ଏହି ବୈଠକରେ ସେ କିଛି ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍ ଆସନ୍ତାକାଲି ଲ୍ୟାଣ୍ଡଫଲ କରିଥିଲା । ଯାହା ପ୍ରଭାବରେ ଓଡିଶାର ବାଲେଶ୍ୱର ଓ ଭ୍ଦ୍ରକ ଜିଲ୍ଲା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାତ୍ୟା ପ୍ରଭାବିତ ଅଂଚଳକୁ ଆକାଶ ମାର୍ଗରୁ ବୁଲି ଦେଖିସାରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଆକାଶମାର୍ଗରୁ ବାତ୍ୟାଞ୍ଚଳ ବୁଲି ଦେଖିବେ ।