କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଆସନ୍ତାକାଲି ପଶ୍ଚିମବଙ୍ଗ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପିର ପରିବର୍ତନ ଯାତ୍ରାରେ ସେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଏହାସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପଶ୍ଚିମବଙ୍ଗକୁ ଭେଟି ଦେବେ ପ୍ରଧାନମନ୍ତ୍ରୀ ।
Tomorrow evening, I would be in Haldia, West Bengal. At a programme there, will dedicate to the nation the the LPG import terminal built by BPCL. Will also dedicate to the nation Dobhi–Durgapur Natural Gas Pipeline section of the Pradhan Mantri Urja Ganga project. pic.twitter.com/LepDe6dQEC
— Narendra Modi (@narendramodi) February 6, 2021
ଏନେଇ ଟ୍ୱିଟ୍ କରି ମୋଦୀ କହିଛନ୍ତି, ଆସନ୍ତାକାଲି ସେ ପଶ୍ଚିମବଙ୍ଗର ହଳଦିଆ ଯାଉଛନ୍ତି । ହଳଦିଆ ରିଫାଇନାରୀର କାଟାଲିଟିକ୍-ଆଇସୋଡିୱାକ୍ସିଂର ସେ ଶିଳାନ୍ୟାସ କରିବେ । ଏହାସହ ବିପିସିଏଲ୍ ପକ୍ଷରୁ ନିର୍ମିତ ହୋଇଥିବା ଏଲପିଜି ଟର୍ମିନାଲ୍କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ । ଏହାସହ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ଦୋଭି-ଦୁର୍ଗାପୁର ନାଚୁରାଲ୍ ଗ୍ୟାସ ପାଇପ୍ଲାଇନ୍ର ମଧ୍ୟ ଉଦ୍ଘାଟନ କରିବେ । ସେହିପରି ହଳଦିଆ ରାନିଚକ୍ରେ ହୋଇଥିବା ଫ୍ଲାଇଓଭର ଓ ଚାରିଟିକିଆ ରାସ୍ତାର ଶୁଭାରମ୍ଭ କରିବେ ମୋଦୀ । ଏଥର ନିର୍ବାଚନରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ତୀବ୍ର ପ୍ରତିଯୋଗିତା ହେବାକୁ ଯାଉଛି । ଆଜି ନବଦ୍ୱୀପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପରିବର୍ତନ ରଥ ଯାତ୍ରାର ଶୁଭାରମ୍ଭ କରିଛନ୍ତି ।